ସବୁଜ ମିଶନର ସଫଳ ବିନ୍ଧାଣୀ

0

ସବୁଜ ମିଶନର ସଫଳ ବିନ୍ଧାଣୀ ଭାବରେ ପରିଚିତ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ । ତାଙ୍କ ଦ୍ବାରା “ମିଶନ୍‍ ସବୁଜ କୋରେଇ” ଅଭିଯାନରେ ବଢେଇଜଳନ୍ଦା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ ଜଳନ୍ଦା, ହଟପୁର ଗ୍ରାମରେ ୧୦୦୦ ବୃକ୍ଷ ବଣ୍ଟନ କରାଯାଇଥିଲା । ପିଜୁଳି, ଓଉ, ଆମ୍ବ, ପଣସ, ଆତ, ଶାଗୁଆନ୍‍, କାଜୁ, ଦେବଦାରୁ, ଆକାଶିଆ ଆଦି ବିଭିନ୍ନ ପ୍ରକାର ଫଳବୃକ୍ଷ ବଣ୍ଟନ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଶ୍ରୀ ଦାସନାୟକ କହିଥିଲେ – ପରିବେଶ କହିଲେ ସାଧାରଣତଃ ପ୍ରକୃତି ସହିତ ଜୀବନ ଧାରଣର ମାନଦଣ୍ଡକୁ ବୁଝାଏ । ବିଶ୍ୱନିୟନ୍ତା ଇଶ୍ୱର ସୃଷ୍ଟିର ପ୍ରାରମ୍ଭରୁ ଜୀବନ ଧାରଣ ନିମନ୍ତେ ଅଗ୍ନି, ଜଳ, ବାୟୁ, ମାଟି ଓ ଆଲୋକ ଭଳି ପ୍ରାକୃତିକ ତତ୍ତ୍ୱଗୁଡିକ ନିଃଶୁଳ୍କ ମୂଲ୍ୟରେ ଯୋଗାଇଦେଇଛନ୍ତି। ଯାହାଦ୍ୱାରା ପୃଥିବୀପୃଷ୍ଠରେ ଜୀବଜଗତ ତିଷ୍ଠି ରହିପାରିଛି । ଉକ୍ତ ୫ଟି ଉପାଦାନକୁ ନେଇ ପରିବେଶ ଗଠନ ହୋଇଅଛି । ଈଶ୍ୱର ଜୀବଜଗତ ବଞ୍ଚିରହିବା ପାଇଁ ଗଛଲତା, ନଦୀ, ସମୁଦ୍ର ଆଦି ସୃଷ୍ଟି କରିଛନ୍ତି । ଯାହାକି ଜୀବଜଗତକୁ ଜୀବନଧାରଣ ନିମନ୍ତେ ଅମ୍ଳଜାନ, ଔଷଧ, ଖାଦ୍ୟ ଓ ବାସସ୍ଥାନ ଯୋଗାଇଆସିଛି । କିନ୍ତୁ ମନୁଷ୍ୟ ଲୋଭ ଓ ସ୍ୱାର୍ଥସାଧନ ନିମନ୍ତେ ଦିନକୁ ଦିନ ପ୍ରକୃତି ଓ ପରିବେଶ ଉପରେ ଦାଉ ସାଧୁଛି । ନିଜର ସ୍ୱାର୍ଥ ସାଧନ ନିମନ୍ତେ ଅବାଧ ଗଛକଟା ଯୋଗୁ ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ପ୍ରଭାବ ବଢିବଢି ଚାଲିଛି । ଫଳସ୍ୱରୂପ ତାପମାତ୍ରା ବଢିଚାଲିଥିବାବେଳେ ବର୍ଷାର ପରିମାଣ କମିକମି ଆସିଲାଣି ।

nano urea

ମଣିଷ ସମେତ ସମଗ୍ର ଜୀବଜଗତର ଜୀବନ ଧାରଣ ନିମନ୍ତେ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି । କିନ୍ତୁ ଅବାଧ ଗଛକଟା ସହିତ କଳକାରଖାନା ଓ ଗାଡିମଟରର ଅହେତୁକ ସଂଖ୍ୟା ବୃଦ୍ଧି ବାୟୂମଣ୍ଡଳରେ ଅଙ୍ଗାରକାମ୍ଳ ଓ କାର୍ବନ ମନୋକ୍ସାଇଡ୍‍, କ୍ଲୋରୋଫ୍ଲୋରୋ କାର୍ବନ, ମିଥେନ୍‍, ନାଇଟ୍ରସ୍‍ ଅକ୍ସାଇଡ୍‍ ଭଳି ବିଷାକ୍ତ ଗ୍ୟାସ ବୃଦ୍ଧି କରିଥାଏ । ଯାହାଦ୍ବାରା ବାୟୂମଣ୍ଡଳରେ ଥିବା ଓଜୋନ୍‍ ସ୍ତରରେ ରନ୍ଧ୍ର ହେବାଯୋଗୁଁ ସୂର୍ଯ୍ୟଙ୍କ ଠାରୁ ବିକିରଣ ହେଉଥିବା ଅତି ବାଇଗଣୀ ରଶ୍ମି ପୃଥିବୀପୃଷ୍ଠରେ ପଡିଥାଏ । ଯାହାକି ତାପମାତ୍ରା ବୃଦ୍ଧି ସହିତ ଚର୍ମକର୍କଟ ଭଳି ରୋଗକୁ ସୃଷ୍ଟି କରିଥାଏ । ଆସନ୍ତୁ ସମସ୍ତଙ୍କ ସହଯୋଗରେ ବୃକ୍ଷରୋପଣ କରିବା । କୋରେଇକୁ ସବୁଜସୁନ୍ଦର କରି ଗଢିତୋଳିବା । ଆଗାମୀ ଦିନରେ କୋରେଇ ନିର୍ବାଚନ ମଣ୍ଡଳୀର ପ୍ରତ୍ୟେକ ଘରେ ଘରେ ଗଛ ପହଞ୍ଚାଇବା ପାଇଁ ଶ୍ରୀ ଦାସନାୟକ ପ୍ରୟାସ ଜାରି ରଖିଛନ୍ତି ।

Leave A Reply

Your email address will not be published.

1 × one =