ମାଣ୍ଡିଆର ପ୍ରକ୍ରିୟାକରଣ ସମ୍ବନ୍ଧରେ କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ସହ ଆଲୋଚନା କଲେ ମୀରା ପରିଡ଼ା

0

ସଖା ଏନଜିଓର ସଭାପତି ତଥା ସହ-ପ୍ରତିଷ୍ଠାତା ମୀରା ପରିଡ଼ା, କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ସହ ସାକ୍ଷାତ କରି ମିଲେଟର ମୂଲ୍ୟ ଶୃଙ୍ଖଳରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ଅନ୍ତର୍ଭୁକ୍ତ କରିବା ପାଇଁ ସହଯୋଗ କରିବାକୁ ସମ୍ଭାବ୍ୟ କ୍ଷେତ୍ର ବିଷୟରେ ଆଲୋଚନା କରିଛନ୍ତି । ଏହା ଦ୍ବାରା ମିଲେଟ ର ପଦୋନ୍ନତି ହେବାସହ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟକୁ ମଧ୍ୟ ସହାୟତା ମିଳିପାରିବ ।

nano urea

ସମ୍ପ୍ରତି ବିଭିନ୍ନ କ୍ଷେତ୍ରରେ ଟ୍ରାନସଜେଣ୍ଡର ମାନେ ଅନେକ ସଫଳତା ହାସଲ କରିବା ସହ ଅନେକ ଗଠନମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିଛନ୍ତି । ତେବେ ଏହି ଆଲୋଚନାରେ କୃଷି ବା ଚାଷ କ୍ଷେତ୍ରରେ କିନ୍ନର ମାନଙ୍କ ନିୟୋଜନକୁ ନେଇ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ସହ ଅଧିକ ଆଲୋଚନା କରିଥିଲେ ମୀରା ପରିଡ଼ା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନେକ ଉନ୍ନୟନ ମୂଳକ ଯୋଜନାରେ ଏବେ କିନ୍ନର ମାନେ ଭାଗିଦାରୀ ହୋଇପାରିଛନ୍ତି । ରାଜ୍ୟ ସରକାରଙ୍କ ତରଫରୁ ଏବେ କୃଷି କ୍ଷେତ୍ରରେ ଉଦ୍ୟୋଗୀ ହେବା ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଇଛି । ତେବେ ଏ ସବୁ ଦିଗରେ କିନ୍ନର ମାନଙ୍କୁ ଆଗକୁ ଆସିବା ସହ ଚାଷ କ୍ଷେତ୍ରରେ ନିଜକୁ ନିୟୋଜିତ କରିବା ପାଇଁ ସଖାର ସଭାପତି ମୀରା ପରିଡ଼ା ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.

11 − 11 =