ମୁଖ୍ୟମନ୍ତ୍ରୀ ମକା ଯୋଜନା ମାଧ୍ୟମରେ ଚାଷୀ ହେଉଛନ୍ତି ସଫଳ

0

ଗଜପତି ଜିଲ୍ଲାର ମୋହନ ଅଞ୍ଚଳର ମହିଳା ଚାଷୀମାନେ ମକା ଚାଷ କରି ସଫଳ ହୋଇପାରିଛନ୍ତି । ୨୦୨୩ରେ ଆରମ୍ଭ ହୋଇଥିବା ମଦର ଟେରେସା ମହିଳା ସଙ୍ଘର ସଦସ୍ୟ ମାନେ ମୁଖ୍ୟମନ୍ତ୍ରୀ ମକା ଯୋଜନା ଅଧୀନରେ ୨୦୦ ଏକର ଜମିରେ ମକା ଚାଷ କରି ପାଖାପାଖି ଦୁଇ ଶହ ପ୍ୟାକେଟ ମକା ବଜାରକୁ ପଠାଇସାରିଛନ୍ତି । ଏହି ଅଞ୍ଚଳରେ ପ୍ରାୟ ଏକ ହଜାର ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏବଂ କୋଡିଏ ଟି ଉତ୍ପାଦକ ସଂଘଗୁଡିକର ସଦସ୍ୟମାନେ ଏକ ସ୍ଥାୟୀ ଚାଷ ପ୍ରଣାଳୀ ଅବଲମ୍ବନ କରି ସଫଳ ହୋଇପାରିଛନ୍ତି । ମିଶନ ଶକ୍ତିର ମହିଳା ମାନେ ନିଜର ଯୋଗଦାନ ଓ ପ୍ରଚେଷ୍ଟା ବଳରେ ଆଜି ସଶକ୍ତ ହୋଇପାରିଛନ୍ତି । ତେଣୁ ସେମାନେ ମିଶନ ଶକ୍ତିକୁ ପ୍ରଶଂସା କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

Leave A Reply

Your email address will not be published.

16 − twelve =