ଭୁବନେଶ୍ୱରରେ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଅନୁଷ୍ଠିତ

0

କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ‘ଖାଦ୍ୟ, ଭୂମି ଏବଂ ଜଳ ପ୍ରଣାଳୀରେ ନୀତି ସମନ୍ୱୟ – କେସ୍ ଷ୍ଟଡି ଅଫ୍ ଓଡିଶା’ ଉପରେ ଏକ ରାଜ୍ୟ ସ୍ତରୀୟ ପରାମର୍ଶ କର୍ମଶାଳା ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିଲା।

nano urea

ରାଜ୍ୟରେ ଖାଦ୍ୟ, ଭୂମି ଏବଂ ଜଳ ବ୍ୟବସ୍ଥା ପାଇଁ ଏକ ଉପଯୁକ୍ତ ନୀତି ଢାଞ୍ଚା ପ୍ରସ୍ତୁତ କରିବା ଏବଂ ସମ୍ପୃକ୍ତ ବିଭାଗଗୁଡିକ ମଧ୍ୟରେ ଥିବା ନୀତି ମଧ୍ୟରେ ଏକ ସମନ୍ୱୟ ଖୋଜିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଗ୍ରାମୀଣ ବିକାଶ ଏବଂ ମାର୍କେଟିଂ ସୋସାଇଟିର CEO ଶ୍ରୀମତି ଗୁହା ପୁନମ୍ ତାପସ କୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା, ଶକ୍ତି, ପରିବେଶ ଓ ଜଳ ପରିଷଦ (CEEWIndia) ଏବଂ ଆନ୍ତର୍ଜାତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (IWMI_India) ର ପ୍ରତିନିଧୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ (DA&FE), ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗର ଅଧିକାରୀମାନେ (farddept), ଓଡ଼ିଶା ଜଳ ବିଭାଗ ଏବଂ ଅନ୍ୟାନ୍ୟ ହିତାଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − 9 =