ସମ୍ଭାବ୍ୟ ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ସୂଚନା

0

ଭାରତୀୟ ପାଣିପାଗ ବିଭାଗର ସ୍ଵତନ୍ତ୍ର ବାର୍ଭା ୧.୧୨.୨୦୨୩ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଫସଲ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି ।

• କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ।

• ଅମୁଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ ଆସନ୍ତା ଡିସେମ୍ବର ୪ ତାରିଖ ପୂର୍ବରୁ ଅମଳ କରି ଦିଅନ୍ତୁ ।

• କଟା ଧାନକୁ ବିଲରେ ସୁଖାନ୍ତୁ ନାହିଁ ।

nano urea

• ଅମଳ ଉପ‌ଯୋଗୀ କପା ଫସଲକୁ ଅତି ଶୀଘ୍ର ଅମଳ କରନ୍ତୁ ଓ ସୁରକ୍ଷିତ ସ୍ଥାନରେ ସାଇତି ରଖନ୍ତୁ ।

• ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବା ପାଇଁ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ ।

• ଜଳସେଚନ, ସାର ପ୍ରୟୋଗ ଓ କୀଟନାଶକ ଔଷଧ ସିଞ୍ଚନ ସାମୟିକ ବନ୍ଦ ରଖନ୍ତୁ ।

ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ ଓ ଆମକୃଷି ଦେୟମୁକ୍ତ ନମ୍ବର ୧୫୫୩୩୩ ସହ ଯୋଗାଯୋଗ କରନ୍ତୁ ।

Leave A Reply

Your email address will not be published.

seven − 1 =