ମାଷ୍ଟର ସେଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ସୋନି ଟିଭିର ଲୋକପ୍ରିୟ ରୋଷେଇ ପ୍ରୋଗ୍ରାମ ‘ମାଷ୍ଟର ସେଫ୍ ଇଣ୍ଡିଆ’ରେ ମାଣ୍ଡିଆ ର ମହତ୍ତ୍ୱୂ ସ୍ଥାନ ପାଇଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାରକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହା ଏକ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ମିଲେଟ୍‌ ମିଶନକୁ ପ୍ରଶଂସା କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏକ ଭିଡିଓ ବାର୍ତ୍ତା ପ୍ରସାରିତ କରାଯାଇଛି।
ଏହି ଭିଡିଓ ବାର୍ଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାଥମିକ ଭାବେ ଓଡ଼ିଶାର ଜନଜାତିମାନଙ୍କ ଦ୍ବାରା ମାଣ୍ଡିଆ ଉତ୍ପାଦନ କରାଯାଉଥିଲା । ମାଣ୍ଡିଆର ଉତ୍ପାଦନ, ବ୍ୟବହାର ଓ ପ୍ରୋତ୍ସାହନ ପାଇଁ ୨୦୧୭ରୁ ରାଜ୍ୟ ସରକାର ଓଡ଼ିଶାରେ ‘ମିଲେଟ୍‌ ମିଶନ’ କାର୍ଯ୍ୟକ୍ରମ ଆରମ୍ଭ କଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଏହି ପାରମ୍ପରିକ ଶସ୍ୟ ଉତ୍ପାଦନରେ ବ୍ୟାପକ ବୃଦ୍ଧି ପାଇଁ ଲକ୍ଷ୍ୟ ରହିଛି ଏବଂ ବର୍ତ୍ତମାନ ଚାଷୀମାନେ ବହୁଳ ଭାବେ ମାଣ୍ଡିଆ ଚାଷକୁ ଗୁରୁତ୍ଵ ମଧ୍ୟ ଦେଉଛନ୍ତି । ଦେଶ ବିଦେଶରେ ଏହାର ବ୍ୟବହାର କରାଗଲାଣି ଓ ସମସ୍ତେ ଖାଇବାକୁ ମଧ୍ୟ ଭଲ ପାଉଥିବାରୁ ଏହାର ଚାହିଦା ବଜାରରେ ବହୁତ୍ ବଢ଼ିଗଲାନି । ମୁଖ୍ୟତଃ ମାଣ୍ଡିଆଜାତୀୟ ଖାଦ୍ୟକୁ ଆଜିର ଖାଦ୍ୟ ତାଲିକାରେ ଏକ ସ୍ବତନ୍ତ୍ର ସ୍ଥାନ ଦେବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲକ୍ଷ୍ୟ ରହିଛି। ଏଥିପାଇଁ ୨୦୨୩କୁ ‘ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ’ ରୂପେ ଘୋଷଣା କରାଯାଇଥିବା ବେଳେ ଜାତିସଂଘ ଓ ଏଫ୍ଏଓ ଏହି ଖାଦ୍ୟ ଶସ୍ୟକୁ ଲୋକଲୋଚନକୁ ଆଣି ବିଶ୍ଵସ୍ତରରେ ଏକ ସୁନ୍ଦର୍ ବାର୍ତ୍ତା ଦେଇଛନ୍ତି। ଏହି ପାରମ୍ପରିକ ଖାଦ୍ୟ ଆଜିର ଆହ୍ବାନପୂର୍ଣ୍ଣ ଆଧୁନକିତା ଦିନରେ ଏକ ସୁନ୍ଦର ଉତ୍ତର ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମାଣ୍ଡିଆକୁ ସୁପରଫୁଡ୍‌ରେ ପରିଣତ କରିବା ପାଇଁ ଓଡ଼ିଶାର ଉଦ୍ୟମକୁ ନିଜର କାର୍ଯ୍ୟକ୍ରମ ଜରିଆରେ ଦର୍ଶାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୋନି ଟିଭି କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମାଣ୍ଡିଆ ଭବିଷ୍ୟତରେ ନିଶ୍ଚିତ ଭାବେ ଏକ ସୁନ୍ଦର୍ ଖାଦ୍ୟ ଭାବେ ଉପସ୍ଥିତ ହେବ ଏଥିରେ ସନ୍ଦେହ ନାହିଁ ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×