ଦକ୍ଷିଣ ଓଡ଼ିଶାର ଏକ ବୈପ୍ଳବିକ ପରିବର୍ତ୍ତନ – ଜୈବଗ୍ରାମ

0

କୃଷି ଆମ ସଂସ୍କୃତି ଓ ସଭ୍ୟତାର ଆଦ୍ୟ ଓଁକାର । ଏଇ ଚାଷ ହିଁ ଜୀବନ ଜିଇଁବାର ଅଧ୍ୟାୟ । ଆଗ କାଳରେ ଗାଁ ଗହଳିରେ ଚାଷ କହିଲେ ସବୁକିଛିକୁ ବୁଝାଉଥିଲା । ଚାଷ ଓ ଚାଷୀର ସେ ମହନୀୟତାର ଚିତ୍ରକୁ ବେଶ ଜୀବନ୍ତ ଭାବରେ ଗାଁରେ ପ୍ରତିଫଳିତ ହେଉଥିଲା । ସାମ୍ପ୍ରତିକ ସମୟକୁ ଲକ୍ଷ୍ୟ କଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ । ଏହି କୃଷି ହଁ ଆମ ଅର୍ଥନୀତିର ସଂସ୍କାରକ ବୋଲି ବିବେଚନା କରାଯାଇପାରେ । ସମୟ ବଦଳିବା ସହ ପରିବେଶ ବି ବଦଳୁଛି । ପରିବେଶର ରୂପରେଖର ପରିବର୍ତ୍ତନ ହେଉଛି । ଜଳବାୟୁର ଅନିୟମିତତା ଯେପରିକି ଅତ୍ୟଧିକ ତାପମାତ୍ରାର ପ୍ରଭାବ,ବନ୍ୟା,ବାତ୍ୟା ,ମରୁଡ଼ି ପରି ପରିସ୍ଥିତି ଏସବୁର ପ୍ରମୁଖ ଉଦାହରଣ । ଆମ ରାଜ୍ୟ-ଓଡିଶା – କୃଷିର ଏନ୍ତୁଡ଼ିଶାଳ । ସତୁରୀ ଭାଗରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ । ଏଠାକାର ମାଟି ସୋରିଷର ଗାଥା ଗାଏ ତ ଆଉ କେତେବେଳେ ପାଚିଲା କେଣ୍ଡାର ହସରେ ମହକୁଥାଏ । ସେଥିପାଇଁ ଆମ ରାଜ୍ୟ ମହାନ ।

ଦକ୍ଷିଣ ଓଡିଶାର ଅବସ୍ଥିତିକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ଭାବେ ଅନୁମେୟ ଯେ ଏଠାକାର ଚାଷଜମି ଗୁଡ଼ିକ ଚାଷଉପଯୋଗୀ । ଏଠାକାର ଆଦିବାସୀ ଜନଜାତି ସମ୍ପ୍ରଦାୟର ବ୍ୟକ୍ତିବିଶେଷ ମୁଖ୍ୟତଃ ସିଫ୍ଟିଂ ଏଗ୍ରିକଲଚର /ସ୍ଥାନାନ୍ତରିତ କୃଷି ଉପରେ ନିର୍ଭର କରିଥାନ୍ତି ଯାହାକି ମୋ÷ସୁମୀ ଉପରେ ନିର୍ଭରଶୀଳ । ଏମିତିକି ବର୍ଷା ଦିନରେ ଅତ୍ୟଧିକ ବର୍ଷା ଯୋଗୁଁ ମୃତ୍ତିକା କ୍ଷୟ ଯୋଗୁଁ ଏହା କିଛି ପରିମାଣରେ ପ୍ରଭାବିତ ହୋଇଥାଏ । ଏହି ଅଧିବାସୀ ମାନେ ଜଳବାୟୁ ପରିବର୍ତ୍ତନ ,ଭୋକ ଆଉ ଗରିବୀ ସହ ଚିର ପରିଚିତ । ପାହାଡ଼ିଆ ଜମିର ପାଖେପାଖେ ଏମାନେ ବଂଚିବାର ରାହା ଖୋଜିଥାନ୍ତି । ଏସବୁକୁ ଦୂରୀକରଣ କରି ସେଇ ସମ୍ପ୍ରଦାୟମାନଙ୍କ ମନରେ ହସର ସବଜିମା ଭରିବାକୁ ପ୍ରୟାସ କରିଛି ଅଗ୍ରଗାମୀ । ବିଭିନ୍ନ ପ୍ରକାର ବୈଜ୍ଞାନିକ ଜ୍ଞାନକୋ÷ଶଳ ଉପଯୋଗ କରି ଜୈବଗ୍ରାମର ତଥ୍ୟକୁ କିପରି ଏଠାରେ ପ୍ରତିଫଳିତ କରାଯାଇପାରିବ , ସେ ଦିଗରେ ଚେଷ୍ଟା କରିଛି ଅଗ୍ରଗାମୀ । ସ୍ୱଦେଶୀ ଜ୍ଞାନକୋ÷ଶଳକୁ ବ୍ୟବହାର କରି ସେମାନଙ୍କ ପାରମ୍ପରିକ ଚାଷ ପଦ୍ଧତି ସହ ସେଠାରେ ସବୁଜିମା ଆଉ ସୁନା ଫଳେଇବାର ନିଶାରେ ଅଗ୍ରଗାମୀ ସତ ଚେଷ୍ଟା କରୁଛି ।
ଏହି ଜୈବଗ୍ରାମ ବା ଇିକୋ ଭିଲେଜ୍‌ ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର କାଶୀପୁରରେ ୨୫ଟି ଆଦବାସୀ ଗାଁରେ ଆରମ୍ଭ କରାଯାଇଛି । ଥୁଆମୁଳ ରାମପୁର ଓ ତେନ୍ତଳିଖୁନ୍ତି ବ୍ଲକରେ ୨୦୦୯-୧୯ଯାଏଁ ଅଗ୍ରଗାମୀ ପ୍ରଚେଷ୍ଟାରେ ଏହାର ମୂଳଦୁଆ ପଡ଼ିଥିଲା । ଏହି ଆରମ୍ଭର ମୁଖ୍ୟ ଲକ୍ଷ୍ୟ ଥିଲା ଭୂମିହୀନ ପରିବାର ମୁହଁରେ ହସ ଫୁଟେଇବା, ଗରିବୀର ସଂଜ୍ଞାକୁ ବଦଳାଇବା ଓ ଏମିତି ଅନେକ କିଛି । ସର୍ବମୋଟ ୨୩୯୫ହେକ୍ଟର ଜମି ଏହି ପ୍ରୟାସରେ ସାମିଲ ହୋଇପାରିଛି ।

nano urea

ପ୍ରମୁଖ ଉପାଦେୟତା :
ମୃତ୍ତିକାର ଗଠନ ପରିବର୍ତ୍ତନ ତଥା ଉନ୍ନତୀକରଣ ଚାଷ ପଦ୍ଧତି :
ମାଟି ଚାଷ ପାଇଁ ଏକ ପ୍ରମୁଖ ଉପାଦାନ । ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଜିରୋ ଟିଲେଜ କରି ଚାଷଜମିରେ ଉନ୍ନତୀକରଣ କରାଇପାରିଛନ୍ତି । ଏହା କାଶୀପୁରର ବିଭିନ୍ନ ଗାଁ ଓ ନବରଙ୍ଗପୁରର ଦଶଟି ଗାଁରେ ସଫଳ ରୂପାୟନ ହୋଇପାରିଛି । ମାଟିର ଉର୍ବରତା ବଢ଼ାଇବା ସହ ବର୍ଷାଜଳ ସଂରକ୍ଷୀକରଣକୁ ଏକ ପ୍ରମୁଖ ଉପାଦାନ ଭାବେ ଗ୍ରହଣ କରିଛନ୍ତି । ମୃତ୍ତିକା କ୍ଷୟକୁ ରୋକିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି । କାଜୁ ଫସଲକୁ ଅଧିକରୁ ଅଧିକ ଭାବରେ ରୋପଣ ଅଗ୍ରଗାମୀ ସହାୟତାରେ ବିଭିନ୍ନ ଗାଁରେ ସଫଳ ଭାବେ କରାଯାଇପାରିଛି ।
୨. ମାଟିରେ ଜୈବିକ ଉପାଦାନକୁ ବଢ଼ାଇବା ସହ ଫସଲର ଗୁଣାତ୍ମକ ମାନ ବଢାଇବାରେ ସାହାଯ୍ୟ କରିଥାଏ। ଏହା ପିଏଚର ସମାନତାକୁ ରକ୍ଷା କରିବା ସହ ମାଟିର ଥିବା ପୋଷକ ସନ୍ତୁଳନକୁ ଠିକ ଭାବରେ କରିପାରିଥାଏ । ଏହା ବ୍ୟତୀତ ଜୈବିକ ଉପାୟରେ କୀଟ ଦମନ ପ୍ରକ୍ରିୟା ଅନେକ ମାତ୍ରାରେ ରୋଗ ଓ ପୋକର ପ୍ରାଦୁର୍ଭାବ କମାଇଥାଏ ।

ଏହି ଇକୋ ଭିଲେଜ ବା ଜୈବ ଗ୍ରାମ ପ୍ରଧାନ ଭାବରେ – ଜୈବ ବିବିଧତା ରକ୍ଷା କରିଥାଏ ,ମାଟିର ଉର୍ବରଶକ୍ତି ତଥା ଜଳ ସଂରକ୍ଷଣ ଠିକ ଭାବରେ କରିଥାଏ । ଏହା ମୁଖ୍ୟତଃ ଜୈବିକ କୃଷିକୁ ଅନୁସରଣ କରି ଉପଯୋଗ ହୋଇଥାଏ । ଜୈବିକ ଉପାୟରେ ରୋଗପୋକ ଦମନ କରାଯିବା ସହ ବିଭିନ୍ନ ପ୍ରକାର ଜୈବିକ ଖତ,ଜିଆଖତ,ଜୀବାମୃତ,ବୀଜାମୃତ,ଅମୃତପାଣି ପ୍ରମୁଖ ବ୍ୟବହାର କରାଯାଇଥାଏ । ଜୈବ ଗ୍ରାମରେ ବିଭିନ୍ନ ପ୍ରକାର ଫଳ ଓ ପନିପରିବା ଚାଷ ଯୋଗୁଁ ଜଣେ ଚାଷୀ ହାରାହାରି ଗୋଟିଏ ସିଜିନ ବା ଋତୁରେ ୩୦୦୦୦ରୁ୭୦୦୦୦ଟଙ୍କା ଯାଏଁ ରୋଜଗାର କରିପାରେ । ଜୈବଗ୍ରାମ କର୍ମସଂସ୍ଥାନ ଯୋଗାଇବାର ଏକ ମାଧ୍ୟମ । ଦାରିଦ୍ର୍ୟ ଦୂରୀକରଣ ସହ ଭୋକର ଚିତ୍ରକୁ ଦୂର କରିବା ଜୈବଗ୍ରାମର ମୁଖ୍ୟ ଉଦ୍ଦେଶ୍ୟ ।

(ସହାୟତା- ଅଗ୍ରଗାମୀ )
ପ୍ରସ୍ତୁତି – ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

Leave A Reply

Your email address will not be published.

10 − 4 =