କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ ପ୍ରଧାନମନ୍ତ୍ରୀ

0

ଗୁଜରାଟର ଆନନ୍ଦଠାରେ ଆରମ୍ଭ ହୋଇଥିବା କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଜାତୀୟ ଶିଖର ସମ୍ମିଳନୀର ଅନ୍ତିମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୬ତାରିଖ ପୂର୍ବାହ୍ନ ୧୧ଟାରେ କୃଷକମାନଙ୍କୁ ଉଦ୍‌ବୋଧନ ଦେବେ । ଭିଡିଓ କନ୍‌ଫରେନ୍ସି ବ୍ୟବସ୍ଥାରେ ପ୍ରଧାନମନ୍ତ୍ରୀ ଦେଶର କୃଷକମାନଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ଚୂଡାନ୍ତ ହୋଇଛି । ଏହି ସମ୍ମିଳନୀରେ ପ୍ରାକୃତିକ ପ୍ରଣାଳୀରେ ଚାଷବାସ କରିବା ଉପରେ ଗୁରୁତ୍ୱ ଦିଆଯିବ ଏବଂ ସେ ବିଷୟରେ ଏଥିରେ ଆଲୋଚନା ହେବ । ଏହାଛଡା ପ୍ରାକୃତିକ ପ୍ରଣାଳୀରେ ଚାଷବାସ କଲେ କି ପ୍ରକାର ଲାଭ ହେବ ସେ ସମ୍ପର୍କରେ ମଧ୍ୟ ଚାଷୀଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯିବ ।

କୃଷକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ପୂରଣ କରିବା ନିମନ୍ତେ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଉତ୍ପାଦନ ବୃଦ୍ଧିକୁ ନିଶ୍ଚିତ କରି ଚାଷୀଙ୍କ ଚାଷ ଦକ୍ଷତାକୁ ବଢାଇ ସେମାନଙ୍କୁ ଲାଭବାନ କରିବାକୁ ଉଦ୍ୟବ ଅବ୍ୟାହତ ରହିଛି । ଏହାଛଡା ଚାଷୀଙ୍କ ଆୟ ବଢାଇବାକୁ ମଧ୍ୟ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଲାଭଦାୟକ କୃଷି ପଦ୍ଧତିର ନିରନ୍ତରତା ରକ୍ଷା, କୃଷି କାର୍ଯ୍ୟରେ ବିନିଯୋଗ ଜନିତ ଖର୍ଚ୍ଚ ହ୍ରାସ, ଉତ୍ପାଦିତ ସାମଗ୍ରୀ ପାଇଁ ଉତ୍ତମ ବଜାର ସୁବିଧା ଯୋଗାଣ ଓ ସର୍ବୋପରି ଚାଷୀଙ୍କୁ ଅଧିକ ଆୟ ଦେବା ନିମନ୍ତେ ସରକାର ନାନା ପ୍ରକାର ପଦକ୍ଷେପ ତଥା ସହାୟକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।

ଶୂନ୍ୟ ବଜେଟ ପ୍ରାକୃତିକ ଚାଷ, କୃଷି କାର୍ଯ୍ୟରେ ଖର୍ଚ୍ଚ ହ୍ରାସ ପାଇଁ ଏକ ଭଲ ପନ୍ଥା । ଏହା ଫଳରେ ସାର, କୀଟନାଶକ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବାକୁ ଚାଷୀଙ୍କୁ ବଜାର ଉପରେ ଅଧି ନିର୍ଭର କରିବାକୁ ପଡିବ ନାହିଁ । ଏହା ଦ୍ୱାରା ସେମାନଙ୍କ ଚାଷବାସ ଖର୍ଚ୍ଚ କମିବ ଏବଂ ଆୟ ବଢିବ ।

nano urea

ସେମାନଙ୍କୁ ପାରମ୍ପରିକ କ୍ଷେତ୍ରଭିତ୍ତିକ ପ୍ରଯୁକ୍ତି ବ୍ୟବହାର କରି ମାଟିର ଉର୍ବରତା ଓ ଉତ୍ପାଦକତା ଶକ୍ତି ବୃଦ୍ଧି ପାଇଁ ଉପାୟ ଯୋଗାଇ ଦେବାକୁ ପ୍ରୟାସ ଚାଲିଛି । ଦେଶୀ ଗାଈ ଗୋବର ଓ ଗୋମୁତ୍ରକୁ ସହଜରେ ବିନା ଖର୍ଚ୍ଚରେ ନିଜର ଜମିରେ ବ୍ୟବହାର କରି ଏହାର ଉତ୍ପାଦକ ଶକ୍ତିକୁ ବଢାଇ ପାରିବେ । ଜମିର ଆର୍ଦ୍ରତା ରକ୍ଷା ପାଇଁ ଘାସପତ୍ର ଆଦି ଜୈବିକ ପଦାର୍ଥମାନ ବ୍ୟବହାର କରି ତାହାକୁ ଘୋଡାଇ ରଖିବାର ପାରମ୍ପରିକ ପଦ୍ଧତିର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି । ଏହା ଫଳରେ ଜମିର ଆର୍ଦ୍ରତା ବର୍ଷତମାମ ରହିବ ଏବଂ ଜଳାଭାବ ସମୟରେ ମଧ୍ୟ ଏହି ପଦ୍ଧତିରେ ଜମିରୁ ଫସଲ ଉତ୍ପାଦନ କମିବ ନାହିଁ, କିମ୍ବା ମରୁଡି ଭୟ ରହିବ ନାହିଁ । ଏହାଫଳରେ ଜମିରୁ ନିରନ୍ତର ଭଲ ଫସଲ ଉତ୍ପାଦିତ ହୋଇପାରିବ । ଏହି ପଦ୍ଧତି ଅବଲମ୍ବନ କିରବାର ପ୍ରଥମ ବର୍ଷଠାରୁ ଚାଷୀଙ୍କୁ ଭଲ ଉତ୍ପାଦନ ମିଳିପାରିବ ।

ଏସବୁ କୌଶଳ ଉପରେ ଗୁରୁତ୍ୱ ଦେବା ସହିତ ସମଗ୍ର ଦେଶର ଚାଷୀମାନଙ୍କୁ ଏ ସଂକ୍ରାନ୍ତ ତଥ୍ୟ ଓ ବାର୍ତ୍ତା ଯୋଗାଇବାକୁ ଗୁଜରାଟ ସରକାର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଏକ ତିନିଦିନିଆ ଜାତୀୟ ଶିଖର ସମ୍ମିଳନୀ ଆଜିଠାରୁ ଆୟୋଜନ କରିଛନ୍ତି । ଏହି ତିନିଦିନିଆ ସମ୍ମିଳନୀ ଚଳିତ ମାସ ୧୬ତାରିଖ ଯାଏ ଚାଲିବ। ଏଥିରେ ପ୍ରାକୃତିକ କୃଷି ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ଏହି ସମ୍ମିଳନୀରେ ୫୦୦୦ରୁ ଅଧିକ କୃଷକ ଯୋଗ ଦେବେ । ଏହାଛଡା ଦେଶର ବିଭିନ୍ନ ଭାଗର ଚାଷୀମାନଙ୍କୁ ଆଇସିଆରର କେନ୍ଦ୍ରୀୟ ପ୍ରତିଷ୍ଠାନ ସମୂହ , କୃଷି ବିଜ୍ଞାନ କେନ୍ଦ୍ର ଓ କୃଷି ପ୍ରଯୁକ୍ତି ପରିଚାଳନା ସଂସ୍ଥା (ଆତ୍ମା) ନେଟୱାର୍କ ମାଧ୍ୟମରେ ଆଭାସୀ ବ୍ୟବସ୍ଥାରେ ଏହି ସମ୍ମିଳନୀରେ ପ୍ରତ୍ୟକ୍ଷଭାବେ ଉପସ୍ଥିତ ନ ହୋଇ ମଧ୍ୟ ସମ୍ମିଳନୀ କାର୍ଯ୍ୟକ୍ରମ ଦେଖିପାରିବେ ଓ ସେଠାକାରା ଆଲୋଚନା ବିଷୟରେ ଅବଗତ ହୋଇପାରିବେ ।

(ପିଆଇବି )

Leave A Reply

Your email address will not be published.

thirteen − eight =