ଜାତୀୟ କୃଷକ ଦିବସ ଅବସରରେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ପ୍ରକାଶିତ

0

ଜାତୀୟ କୃଷକ ଦିବସ ଅବସର ରେ ସଂକଳ୍ପ ଟିଭି ଓ ଶ୍ୟାମଳ ସୁବର୍ଣ୍ଣ ତରଫରୁ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ ଘୋଷଣା କରାଯାଇଛି। ଏଥିରେ ଶ୍ରେଷ୍ଠ ଲେଖିକା ଭାବେ ବିବେଚିତ ହୋଇଛନ୍ତି ଓୟୁଏଟି ର ଦ୍ଵିତୀୟ ବର୍ଷ କୃଷି ଛାତ୍ରୀ ସୁଶ୍ରୀ ପ୍ରାର୍ଥନା ପ୍ରିୟଦର୍ଶିନୀ । କୃଷି ଉଦ୍ୟମିତା ଓ ଯୁବପିଢି ଶୀର୍ଷକ ପ୍ରବନ୍ଧ ରେ ବିଭିନ୍ନ କୃଷି ବିଶ୍ଵବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ତେବେ ଶ୍ରେଷ୍ଠ ପ୍ରବନ୍ଧ ଲେଖିକାଙ୍କୁ ଆସନ୍ତା ଜାନୁଆରୀ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ସଂକଳ୍ପ ଟିଭି ର ନିର୍ଦ୍ଦେଶକ ଅଶୋକ ଦାସ କହିଛନ୍ତି। ଆଗାମୀ ଦିନରେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏମିତି ପ୍ରତିଯୋଗିତା କରାଯିବାର ଯୋଜନା ରହିଛି ବୋଲି ଶ୍ୟାମଳ ସୁବର୍ଣ୍ଣ ର ସମ୍ପାଦକ ଡି ଶୁଭମ୍ କହିଛନ୍ତି।

Leave A Reply

Your email address will not be published.

5 + twelve =