ଟମାଟୋରେ ଫଳ ବିନ୍ଧା ପୋକର ଦମନ

0

ଟମାଟୋ ହେଉଛି ଭାରତର ସବୁଠାରୁ ଲାଭଜନକ ଫସଲ | ତେଣୁ ଟମାଟୋର ବ୍ୟବସାୟିକ ଚାଷ ଏକ ଲାଭଜନକ କୃଷି ବ୍ୟବସାୟ | ଭାରତର ବିଭିନ୍ନ ସ୍ଥାନରେ ବର୍ଷସାରା ଟମାଟୋ ଚାଷ ସମ୍ଭବ |କେନ୍ଦୁଝର ଏବଂ ମୟୂରଭଞ୍ଜ ବ୍ୟତୀତ ଟମାଟୋ ଏବଂ ଅନ୍ୟାନ୍ୟ ପନିପରିବା ଉତ୍ପାଦନ କରୁଥିବା ଅନ୍ୟ ତିନୋଟି ଜିଲ୍ଲା ହେଉଛି ବଲାଙ୍ଗୀର, ଗଞ୍ଜାମ ଏବଂ ସୁନ୍ଦରଗଡ | ଆଳୁ ପରେ ଟମାଟୋ ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଫସଲ |କିନ୍ତୁ ଏଥିରେ ବିଭିନ୍ନ ପ୍ରକାର କୀଟ ଆକ୍ରମଣ କରିଥାଆନ୍ତି ,ସେଥିମଧ୍ୟରୁ ଫଳ ବିନ୍ଧା ବେଶୀ ହାନିକାରକ ଅଟେ । ଏହି ପୋକର ପ୍ରକୋପ ଏତେ ବେଶୀ ଯେ ଚାଷୀର ୭୦% କ୍ଷତି କରିଥାଆନ୍ତି । ପୋକ ଗୁଡିକ ସାଧାରଣତଃ ହାଲୁକା ବାଦାମୀ ରଙ୍ଗର ହୋଇଥାନ୍ତି ୩୫ ମି.ମି ଲମ୍ବ ସହିତ ୩୦-୪୦ ମି.ମି . ଡେଣା ହୋଇଥାଏ। ଲକ୍ଷଣ- ଏହି କୀଟ ର ଲାର୍ଭା ପତ୍ରକୁ ଖାଏ ଏବଂ ଅନିୟମିତ ଛିନ୍ଦ୍ର ତିଆରି କରେ ଏହା ଫଳ ଉପରେ ମଧ୍ୟ ଛିଦ୍ର ତିଆରି କରେ ଯେତେବେଳେ ଲାର୍ଭା ଫଳକୁ ଖାଉଥାଏ । ସେତେବେଳେ ତା ଦେହର ଅଧା ଅଂଶ ଫଳର ବାହାରକୁ ରହିଥାଏ ସଂକ୍ରମିତ ଫଳ ଶୀଘ୍ର ପାଚିଯାଏ । ଗୋଟିଏ ଲାର୍ଭ ୨୦ ଦିନରେ ୨- ୧୦ ବିଲାତି ନଷ୍ଟ କରିପାରେ। ପ୍ରତିକାର-ଲାର୍ଭାକୁ ହାତରେ କାଢିପାରିବେ, ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାକୁ ମାରିବା ପାଇଁ ୫ % ନିମ୍ନ ଯୁକ୍ତ ଔଷଧ ଛିଞ୍ଚନ୍‌ କରନ୍ତୁ। ଯନ୍ତା ଫସଲ ଭାବେ ଗେଣ୍ଡୁ ଗଛକୁ ବ୍ୟବହାର କରନ୍ତୁ । ନଷ୍ଟ ହୋଇଥିବା ଫଳକୁ ଅଲଗା କରି ତାକୁ ନଷ୍ଟ କରି ଦିଅନ୍ତୁ । ପ୍ରତିରୋପକର ୧୦ ଦିନ ପରେ ୩୦ କିଲୋଗ୍ରାମ/ହେକ୍ଟର କାର୍ବୋଫୁରନ ମୂର୍ତ୍ତିକାରେ ପ୍ରୟୋଗ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ।

Leave A Reply

Your email address will not be published.

2 × 2 =