ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍

0

ଅର୍କିଡ୍ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଏହା ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ ଏହି ଫୁଲର ମୂଲ୍ୟ ଅନ୍ୟ ଫୁଲ ତୁଳନାରେ ଯଥେଷ୍ଟ ଅଧିକ । ଏସିଆ ମହାଦେଶର ଦ୍ଵିତୀୟ ବୃହତ୍ତମ ଜୈବମଣ୍ଡଳ ଓଡ଼ିଶାର ‘ଶିମିଳିପାଳ ଅଭୟାରଣ୍ୟ’ ।

ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ସଦାସର୍ବଦା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିଆସିଛି। ଘଞ୍ଚ ଜଙ୍ଗଲ, ଜଳପ୍ରପାତ, ବିଭିନ୍ନ ବନ୍ୟପ୍ରାଣୀ, ସରୀସୃପ ଓ ପକ୍ଷୀ ସାଙ୍ଗକୁ ରଙ୍ଗବେରଙ୍ଗ ଫୁଲର ମନଲୋଭା ସୌନ୍ଦର୍ଯ୍ୟକୁ ପାଖରୁ ଦେଖିବା ଓ ଉପଭୋଗ କରିବା ପାଇଁ ପର୍ଯ୍ୟଟନ ଋତୁରେ କାହିଁ କେତେ ଦୂରରୁ ପର୍ଯ୍ୟଟକ ଏଠାକୁ ଛୁଟି ଆସନ୍ତି। ବିଭିନ୍ନ ପ୍ରଜାତିର ଅର୍କିଡ୍ ପାଇଁ ପ୍ରକୃତିର ଏହି ଗନ୍ତାଘର ଏବେ ପର୍ଯ୍ୟଟକ ଓ ଉଦ୍ଭିଦ ବିଜ୍ଞାନୀଙ୍କ ମଧ୍ଯରେ ଚର୍ଚ୍ଚାରେ ରହିଛି। ପୂରା ଦେଶରେ ଫୁଟୁଥିବା ଅର୍କିଡ୍ ମଧ୍ୟରୁ ୭ ପ୍ରତିଶତ ଶିମିଳିପାଳରେ ଫୁଟିଥାଏ ବୋଲି ଉଦ୍ଭିଦ ବିଜ୍ଞାନୀମାନେ ଯୁକ୍ତି ବାଢ଼ନ୍ତି । ଖାସ୍ କରି (ବୁଲବୋ ଫାଇଲୁମ ପାଣିଗ୍ରାହୀୟାନମ ଓ ଏରିଆ ମେଘାସନିସ୍) ଏହି ୨ଟି ପ୍ରଜାତିର ଅର୍କିଡ୍ କେବଳ ଏଠାରେ ହିଁ ଦେଖିବାକୁ ମିଳିଥାଏ । ଏଠାରେ ଦେଖିବାକୁ ମିଳୁଥିବା ୧୦୧ ପ୍ରଜାତିର ମନଲୋଭା ଅର୍କିଡ୍‌କୁ ପାଖରୁ ଦେଖିବା ସହ ତା’ର ବିଶେଷତ୍ବ, ଔଷଧୀୟ ଗୁଣ ସଂପର୍କରେ ପର୍ଯ୍ୟଟକମାନେ ଜ୍ଞାନ ଆହରଣ କରନ୍ତି।

nano urea

ସେହିପରି ପାଟବିଲସ୍ଥିତ ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ଅର୍କିଡ୍ ଉପରେ ଗବେଷଣା କରାଯାଉଛି। ଏହି ୧୦୧ ପ୍ରଜାତି ମଧ୍ୟରୁ ୧୦ପ୍ରକାର ଅର୍କିଡ୍‌ ଗତବର୍ଷ ନୂତନ ଭାବେ ଶିମିଳିପାଳ କର୍ତ୍ତୃପକ୍ଷ ଆବିଷ୍କାର କରିଛନ୍ତି।ଜଙ୍ଗଲରେ ଏହି ଅର୍କିଡ ଲତା ଯେକୌଣସି ଗଛ ଉପରେ ବଢ଼ିପାରେ। ଏବେ ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅର୍କିଡ୍ ଗଛକୁ କୁଣ୍ଡରେ ମଧ୍ୟ ଲଗାଯାଉଛି। ଏହାର ଔଷଧୀୟ ଗୁଣ ରହିଥିବାରୁ ଗବେଷକମାନେ, ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀଛାତ୍ର ଓ ଉଭିଦ ବିଜ୍ଞାନୀ ଶିମିଳିପାଳରେ ଥିବା ଅର୍କିଡ୍ ଉପରେ ଅଧିକ ଜ୍ଞାନ ଆହରଣ କରିବା ପାଇଁ ଅନୁସନ୍ଧାନରେ ଆସିଥାନ୍ତି ବୋଲି ଉଦ୍ଭିଦ ବିଜ୍ଞାନୀ ଡା. ଦେବାଶିଷ ବେହେରା କହିଛନ୍ତି ।

ଅର୍କିଡ୍‌ ଏକ ଦୁର୍ଲଭ ଫୁଲ କହିଲେ ଅଚୁକ୍ତି ହେବନାହିଁ । ଅର୍କିଡ୍ ଗଛଗୁଡ଼ିକ ଶୀତଳ ଏବଂ ଅତି ଥଣ୍ଡା ପରିବେଶରେ ଭଲ ଭାବେ ବଢ଼ିପାରନ୍ତି । ସେଥିପାଇଁ ଏ ପର୍ଯ୍ୟନ୍ତ ଶିମିଳିପାଳରେ ଏହି ଗଛ ଅଧିକ ଦେଖାଯାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।ଏହି ଫୁଲର ଦେଶବିଦେଶରେ ପ୍ରବଳ ଚାହିଦା ରହିଥିଲେ ମଧ୍ୟ ଏହାର ପ୍ରକୃତ ବ୍ୟବସାୟୀକରଣ କରାଯାଇପାରୁନାହିଁ । ଶିମିଳିପାଳରେ ବସବାସ କରୁବା ବନବାସୀ ଓ ଆଦିବାସୀ ଯୁବବର୍ଗଙ୍କୁ ଉପଯୁକ୍ତ ତାଲିମ୍ ପ୍ରଦାନ କରି ଏହାର ବ୍ୟବସାୟ କରାଗଲେ, ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହେବା ସହ ଶିମିଳିପାଳ ଜୈବମଣ୍ଡଳର ଅଧିକ ପ୍ରଚାରପ୍ରସାର ହୋଇପାରନ୍ତା ବୋଲି ପ୍ରାକ୍ତନ ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ଦାବି କରିଛନ୍ତି।

Leave A Reply

Your email address will not be published.

5 × 1 =