ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା

0

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ ଯଥା :- ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ସ୍ଥାନରେ ମାତ୍ରାଧିକ ବର୍ଷା ହେବାର ସମ୍ଭାବନା ରହିଛି।

nano urea

ତେଣୁ ଏହି ପରିପ୍ରେକ୍ଷୀରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ କରିଛନ୍ତି ଯେ, କଟା ଧାନକୁ ଅମଳ କରି ତୁରନ୍ତ ସୁରକ୍ଷିତ ସ୍ଥାନରେ ରଖିବା ସହିତ କଟା ହୋଇଯାଇଥିବା ଧାନ ଅମଳ ସମ୍ଭବ ନ ହେଲେ ପଲିଥିନ ଘୋଡାଇ ସୁରକ୍ଷିତ ରଖନ୍ତୁ। ମଣ୍ଡିରେ ଧାନ ଓ ଅନ୍ଯାନ୍ଯ ଫସଲକୁ ଘୋଡାଇ ରଖନ୍ତୁ। ଅମଳ ଉପଯୋଗୀ ମାଣ୍ଡିଆ ଓ କପାକୁ ଶୀଘ୍ର ଅମଳ କରି ସୁରକ୍ଷିତ ରଖିବା ସହିତ ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ କରିବାପାଇଁ ତୁରନ୍ତ ଆବଶ୍ଯକୀୟ ପଦକ୍ଷେପ ନିଅନ୍ତୁ। ଅଧିକ ସୂଚନା ପାଇଁ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର, ଆଞ୍ଚଳିକ କୃଷି ଗବେଷଣା କେନ୍ଦ୍ର, କୃଷି ଅଧିକାରୀ କିମ୍ବା ଆମ କୃଷି ଦେୟମୁକ୍ତ ନମ୍ବର ୧୫୫୩୩୩ ସହ ଯୋଗାଯୋଗ କରନ୍ତୁ।

Leave A Reply

Your email address will not be published.

five × five =