ରାଜ୍ୟ ବଜେଟ୍‌ରେ କୃଷି

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ‘ନାଭା’ ଆପ୍ ଜରିଆରେ ଚଳିତ ବର୍ଷ ବିଧାନସଭାରେ ପେପରଲେସ୍ ବଜେଟ୍ ଆଗତ ହୋଇଛି। ଚଳିତ ଆର୍ଥିକ ବର୍ଷରେ କୃଷି ପାଇଁ ମୋଟ ୧୭,୪୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।ସର୍ବପ୍ରଥମେ କୃଷି ବଜେଟ୍‌କୁ ଆଗତ କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟ୍‌ରେ କୃଷି ପାଇଁ ମୋଟ ୧୭,୪୬୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୧୩-୧୪ ଠାରୁ ରାଜ୍ୟରେ କୃଷି ବଜେଟ୍ ଆଗତ ହୋଇ ଆସୁଛି। କୃଷକଙ୍କୁ ଆଗୁଆ ବିହନ ଯୋଗାଇ ଦେବାକୁ ୧୦୦କୋଟି ଟଙ୍କା ଓ ସାର ପାଇଁ ୧୦୦ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ଗଠନ କରାଯାଇଛି। ଜାତୀୟ ଉଦ୍ୟାନ କୃଷି ପାଇଁ ୧୨୦କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ, ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୧୩୨ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଓୟୁଏଟି ଭିତ୍ତିଭୂମିର ବିକାଶ ପାଇଁ ୧୪୮କୋଟି ଟଙ୍କା ଘୋଷଣା କରାଯାଇଛି। ବିଜୁ କୃଷକ ବିକାଶ ଯୋଜନାରେ ୪୦୦ କୋଟି, ରାଷ୍ଟ୍ରୀୟ ପଶୁଧନ ବିକାଶ ଯୋଜନା ପାଇଁ ୧୦୨ କୋଟି ଟଙ୍କା ବ୍ୟୟବରାଦ, ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୪୫୦ କୋଟି ଟଙ୍କା, ବ୍ୟବସାୟିକ କୃଷି ଉଦ୍ୟୋଗ ପ୍ରତିଷ୍ଠାନରେ ପୁଞ୍ଜି ବିନିଯୋଗ, କୃଷି ଯନ୍ତ୍ରପାତି ଓ ଡିଜେଲ ପମ୍ପସେଟ୍‌ର ଲୋକପ୍ରିୟତା ବଢ଼ାଇବା ପାଇଁ ୪୫୪ କୋଟିର ସବ୍‌ସିଡି ପ୍ରସ୍ତାବ ହୋଇଛି।

ଚାଷୀଙ୍କ ଆର୍ଥିକ ପ୍ରଗତି ସୁନିଶ୍ଚିତ କରିବା ପାଇଁ ୨୦୨୧-୨୨ରେ ଅତିରିକ୍ତ ୨.୭୪ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯିବ। ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ୪୫୪ କୋଟି ଟଙ୍କା, ଜଳନିଧି ଯୋଜନା ପାଇଁ ୧୮୦ କୋଟି ଟଙ୍କା, ଗଭୀର ନଳକୂପ ଖନନ ପାଇଁ ୩୮୯ କୋଟି ଟଙ୍କା, ଉଠା ଜଳସେଚନ ପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି।୨୦୨୧-୨୨ ବର୍ଷରେ ୧୬୦ କୋଟି ଟଙ୍କା ବ୍ୟୟରେ ୧ହଜାର ଅଚଳ ଉଠା ଜଳସେଚନ ପଏଣ୍ଟର ପୁନଃରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। କୃଷି ଉତ୍ପାଦନ ବୃଦ୍ଧି ପାଇଁ କୃଷି ଋଣ ଗୁରୁତ୍ୱପୂର୍ଣ୍ଣ। କୃଷି ହେଉଛି ରାଜ୍ୟର ମେରୁଦଣ୍ଡ। ଏହା ସଂଖ୍ୟାଧିକ ଲୋକଙ୍କୁ ଜୀବିକା ଯୋଗାଇଥାଏ। ତେଣୁ କାଳିଆ ଯୋଜନା ଅଧିନରେ ଚାଷୀମାନଙ୍କୁ ସରକାର ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଶୂନ ପ୍ରତିଶତ ସୁଧ ହାରରେ କୃଷି ଋଣ ଯୋଗାଇଦେବେ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×