ସର୍ବ ଭାରତୀୟ ଯୁବ ସମ୍ମିଳନୀରେ ଅନିଲ ମିଶ୍ରଙ୍କୁ ହରିତ୍‌ ପୁରସ୍କାର ୨୦୨୦

0

କୃଷି ଭାରତୀୟ ଅର୍ଥନୀତିର ମୂଳାଧାର । ଚାଷ ଓ ଚାଷୀ ନଥିଲେ ଦିନର ଦି ଓଳି ଖାଇବା ସ୍ୱପ୍ନ ପାଲଟିଯାଆନ୍ତା। ଏହି ପରିପ୍ରେକ୍ଷୀରେ ସର୍ବଭାରତୀୟ କୃଷି ଛାତ୍ର ସଂସଦ କୃଷିର ଉନ୍ନତି ଦିଗରେ କାର୍ଯ୍ୟ କରିଆସୁଛି । ପ୍ରତିବର୍ଷ ଯୁବ ସମ୍ମିଳୀ କରିବା ସହ କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ପାରଦର୍ଶିତା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ପୁରସ୍କୃତ ବି କରାଯାଏ । ଚଳିତବର୍ଷ ହାଇଦ୍ରାବାଦ ସ୍ଥିତ ପ୍ରଫେସର ଜୟଶଙ୍କର ତେଲେଙ୍ଗାନା ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟରେ ଆଇ.ସି.ଏ.ଆର ଏବଂ ସର୍ବଭାରତୀୟ କୃଷି ଛାତ୍ର ସଂସଦର ର ମିଳିତ ସହଯୋଗ ରେ ସର୍ବ ଭାରତୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ଆର.ପି ସିଂ , ସହଦେବ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ଓଡ଼ିଶାର ଅନିଲ କୁମାର ମିଶ୍ର ଙ୍କୁ ହରିତ୍‌ ପୁରସ୍କାର ରେ ସମ୍ମାନିତ କରା ଯାଇଛି । ଏହି ସମ୍ମିଳୀରେ ରେ ବିଭିନ୍ନ ରାଜ୍ୟ ରୁ କୃଷି ବିଶେଷଜ୍ଞ ମାନେ ଯୋଗଦାନ କରିଥିଲେ । ଶ୍ରୀ ମିଶ୍ର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ଏବଂ ୨୦୧୮-୧୯ ଶିକ୍ଷା ବର୍ଷ ରେ ସି.ପି.ଜି.ଏସ ର ସଭାପତି ମଧ୍ୟ ରହି ସାରିଛନ୍ତି । ୨୦୧୮ ରେ ସର୍ବ ଭାରତୀୟ କୃଷି ସଂସଦ ର ରାଜ୍ୟ ସଭାପତି (ଓଡ଼ିଶା) ଏବଂ ୨୦୧୯ ରେ ଜାତୀୟ ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରି ସାରିଛନ୍ତି ।

Leave A Reply

Your email address will not be published.

four × three =