କୃଷକ ସମୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ସମୃଦ୍ଧ କୃଷକ ଯୋଜନା

0

ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି ଓ କୃଷଙ୍କୁ ଗୁରୁତ୍ୱ ଦିଆଯାଇଛି। ରାଜ୍ୟରେ ଚାଷୀମାନଙ୍କ ପାଇଁ ଲାଗୁ ହେବ ଯୋଜନା ସିଏମ୍‌ କିଷାନ । ଏଥିସହ ବଜେଟରେ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ଯୋଜନା ଘୋଷଣା କରାଯାଇଛି। କୃଷକମାନଙ୍କ ସମୃଦ୍ଧି ପାଇଁ ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସମୃଦ୍ଧ କୃଷକ ଯୋଜନା ଯେଉଁଥିରେ କୃଷକମାନେ ଆର୍ଥିକ ସହାୟତା ଲାଭ କରି ସମୃଦ୍ଧ ହୋଇପାରିବେ। ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ସମୃଦ୍ଧ କୃଷକ ଯୋଜନା ଅଧୀନରେ ୫ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି।

nano urea

ଚାଷୀମାନଙ୍କ ଠାରୁ ଧାନ କ୍ୱିନ୍ଟାଲ ପିଛା ୩୧୦୦ ଟଙ୍କାରେ କିଣାଯିବ। ମଣ୍ଡିଠାରେ କ୍ରୟ ପ୍ରକ୍ରିୟାରେ କଟନି – ଝଟନି ର ବ୍ୟବସ୍ଥାକୁ ରୋକିବା ପାଇଁ ଆଦ୍ରତା ପରୀମାପକ ଯନ୍ତ୍ର ଉପଲବ୍ଧ କରାଯିବ। କମ୍ପ୍ୟୁଟରରାଇଜଡ ଓଜନ ଉପକରଣ ଗୁଡିକ ମଧ୍ୟ ବ୍ୟବହାର କରାଯିବ। ଏହି ବ୍ୟବସ୍ଥା ଦ୍ଵାରା ଧାନ କ୍ରୟ ଓ ବିକ୍ରୟ ସରଳ ତଥା କ୍ରୟ ସମୟରେ ଉପୁଜୁଥିବା ତ୍ରୁଟିକୁ ହ୍ରାସ କରାଯାଇପାରିବ। ଏହି ଯୋଜନା ଦ୍ୱାରା ଡିବିଟି ମୋଡ ପାଇଁ ପଞ୍ଜିକରଣ କରିଥିବା ଚାଷୀ, ବିକ୍ରୟ କରିବାର ୪୮ ଘଣ୍ଟା ମଧ୍ୟରେ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପାଇପାରିବେ।

ଉପସ୍ଥାପନା – ଦିବ୍ୟା ଭାରତୀ ନାୟକ

Leave A Reply

Your email address will not be published.

five × five =