‘କୃଷି ସମୀକ୍ଷା କେନ୍ଦ୍ର’ ମାଧ୍ୟମରେ କୃଷି ମନ୍ତ୍ରୀଙ୍କ ସମୀକ୍ଷା

0

ରାଜ୍ୟ ସରକାର ସବୁବେଳେ କୃଷି ଓ କୃଷକର ବିକାଶ ଉପରେ କାର୍ଯ୍ୟ କରିଆସୁଛନ୍ତି । କୃଷକ ମାନଙ୍କର ସମସ୍ୟାକୁ ପ୍ରାଥମିକତା ଦେଇଛନ୍ତି ରାଜ୍ୟ ସରକାର ତଥା କୃଷି ବିଭାଗ । ଏହି ପରିପ୍ରେକ୍ଷୀରେ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କୃଷି ଭବନ ସ୍ଥିତ ଡ଼ିଜିଟାଲ ପ୍ଲାଟଫର୍ମ କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ରାଜ୍ୟର ବିଭନ୍ନ ଜିଲ୍ଲା ମାନଙ୍କର ଖରିଫ ଚାଷ ତଥା ଅନ୍ୟ ଯୋଜନା ସମ୍ବନ୍ଧରେ ସମୀକ୍ଷା କରିଛନ୍ତି । ତେବେ ରାଜ୍ୟରେ ଗଜା ମରୁଡ଼ିର ଆଶଙ୍କା ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ ପ୍ରକାଶ କରିଛନ୍ତି । ଲଗାତାର ୫ଦିନ ବର୍ଷା ଚାଷ ପାଇଁ ସ୍ଥିତି ଅନୁକୂଳ କରିବା ସହ ସୁଧାର ଆଣିଛି ବୋଲି ସେ କହିଥିଲେ । ଏହା ସହ ବିଭିନ୍ନ ଜିଲ୍ଲାର କୃଷି ସମ୍ବନ୍ଧୀୟ ସ୍ଥିତି ସମ୍ପର୍କରେ ବୁଝିବା ସହ ବିହନ ଯୋଗାଣ ସ୍ୱାଭାବିକ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ । ଖୁବଶୀଘ୍ର ସାର ଯୋଗାଣ ସ୍ୱାଭାବିକ ହେବ ବୋଲି ମାନ୍ୟବର ମନ୍ତ୍ରୀ କହିଛନ୍ତି । ଏତଦସହ ବିଭିନ୍ନ ଫସଲର ସଦ୍ୟତମ ସ୍ଥିତି ,ସବୁଜ ସାର ଧନିଚା ଚାଷ , ପନିପରିବା ଚାଷର ଅଗ୍ରଗତି ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ । ଏହି ସମୀକ୍ଷାରେ ମାନ୍ୟବର ମନ୍ତ୍ରୀଙ୍କ ସହ କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୋ÷ଧୁରୀ,ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ , ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀ ରୋହିତ କୁମାର ଲେଙ୍କା ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

twelve − 6 =