ପାରାକ୍ୱାଟର ନିଷେଧାଦେଶ ଉପରେ ସମୀକ୍ଷା କଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

0

ଏକ ବରିଷ୍ଠ ଅଧିକାରୀମାନଙ୍କ ବୈଠକରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ପାରାକ୍ୱାଟ ଔଷଧର ନିଷେଧାଦେଶ ସମ୍ପର୍କରେ ବା ଏହାର ବ୍ୟବହାର ଉପରେ ସଚେତନତା ପାଇଁ ଗୁରୁତ୍ୱାରୋପ କରିଛନ୍ତି । ଏହି ୧୪ ଦିନିଆ ବୈଠକରେ ସେ ସାଂଗଠନିକ କାର୍ଯ୍ୟକାରିତାକୁ ବଢାଇବା ପାଇଁ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ବିଭିନ୍ନ ଆବଶ୍ୟକତା ଏବଂ ସଂରଚନାର ଅଗ୍ରଗତି ସମୀକ୍ଷା କରିଛନ୍ତି । କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଗର ନିର୍ଦ୍ଦେଶକ ତଥା ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗ ଦେଇ ନିଜ ନିଜ ବିଭାଗର ଉନ୍ନତିକରଣ ଉପରେ ବାର୍ତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

5 × 5 =