ମତ୍ସ୍ୟଚାଷୀଙ୍କୁ ବିକଶିତ ଓ ସଶକ୍ତ କରିବା ପାଇଁ ଆମ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ହୀରାକୁଦରେ ୯୫.୪୭ ଏକର ଅଞ୍ଚଳରେ ଅତ୍ୟାଧୁନିକ ସମନ୍ଵିତ ଆକ୍ୱା ପାର୍କ ନିର୍ମିତ ହେବ, ଯାହା ମାଛଚାଷ କ୍ଷେତ୍ରକୁ ଆହୁରି ବିକଶିତ କରିବ ଏବଂ ଆମ ରାଜ୍ୟର ମାଛ ଚାଷୀଙ୍କୁ ସମୃଦ୍ଧ କରିବ। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗ କରାଯିବ ବୋଲି କହିଛନ୍ତି ମାନ୍ୟବର ସରକାର। ମତ୍ସ୍ୟଚାଷୀ ସଶକ୍ତ ହେଲେ ଚାଷ ପ୍ରତି ଆଗ୍ରହ ବଢ଼ିବା ସହ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିବ, ଯାହାକି ଅର୍ଥନୀତିକୁ ମଧ୍ୟ ସୁଦୃଢ କରିବା ପାଇଁ ସହାୟକ ହୋଇପାରିବ। ତେଣୁ ସରକାର ମତ୍ସ୍ୟଚାଷୀଙ୍କୁ ବର୍ତ୍ତମାନ ଗୁରୁତ୍ଵ ଦେଉଛନ୍ତି।
ଭାରତର ନୀଳ ବିପ୍ଲବରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ସ୍ଥାନ ପାଇବ। ହୀରାକୁଦରେ ଏହି ଅତ୍ୟାଧୁନିକ ସମନ୍ବିତ ଆକ୍ୱା ପାର୍କ ୯୫.୪୭ ଏକର ସରକାରୀ ଜମିରେ ନିର୍ମିତ ଏକ ସମୟୋପଯୋଗୀ ପଦକ୍ଷେପ, ଯାହା ଆଧୁନିକ ମତ୍ସ୍ୟ ଚାଷକ୍ଷେତ୍ରକୁ ଆହୁରି ବିକଶିତ କରିବ। ଏଥିରେ ବିନିଯୋଗ ହେଉଥିବା ୧୦୦ କୋଟି ଟଙ୍କାରୁ କେନ୍ଦ୍ର ୬୦ କୋଟି ଓ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ। ଏହା ହେବ ପୂର୍ବ ଭାରତର ପ୍ରଥମ ଆକ୍ୱା ପାର୍କ ପ୍ରକଳ୍ପ। ପ୍ରକଳ୍ପର କାର୍ଯ୍ୟ ୨୦୨୭ ଜାନୁଆରୀ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ ବୋଲି ସେ କହିଛନ୍ତି।
ଉପସ୍ଥାପନା – ଦିବ୍ୟାଭାରତୀ ନାୟକ