ପଞ୍ଚଗବ୍ୟର ପ୍ରସ୍ତୁତି ଓ ପ୍ରୟୋଗ ପ୍ରଣାଳୀ

0

ରାସାୟନିକ ସାରର ବହୁଳ ବ୍ୟବହାର ଏବେ ସବୁଆଡେ଼ ଆମ ଦୃଷ୍ଟିକୋଣରେ ପରିଲକ୍ଷିତ । କିନ୍ତୁ ଆମ ଅଜାଣତରେ ଆମେ ନିଜେ ନିଜର ଶରୀରର କେତେ ଯେ କ୍ଷତି କରୁଛନ୍ତି , ସେକଥା ଜାଣି ନାହାନ୍ତି । ତେଣୁ ଏହି ଆଧୁନିକତାକୁ ଦ୍ୱାହି ଦେଇ ଏବେ ଜୈବିକ କୃଷିର ବ୍ୟବହାରକୁ ପ୍ରାଥମିକତା ଦିଆଯାଉଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ବି ପରମ୍ପରାଗତ କୃଷି ବିକାଶ ଯୋଜନା ଦ୍ୱାରା ଜୈବିକ କୃଷିକୁ ଲୋକପ୍ରିୟ କରାଯାଇପାରୁଛି । ତେବେ ବିଭିନ୍ନ ପ୍ରକାର ଜୈବିକ ସାର ଓ କୀଟନାଶକ ଭିତରୁ ଆଜି ଜାଣନ୍ତୁ ପଂଚଗବ୍ୟର ପସ୍ତୁତି ଓ ପ୍ରୟୋଗ ପ୍ରଣାଳୀ ସମ୍ପର୍କରେ

nano urea

ପଞ୍ଚଗବ୍ୟ-
ଆବଶ୍ୟକ ସାମଗ୍ରୀ- ଗୋବର, ଗୋମୂତ୍ର, ଦୁଗ୍ଧ, ଦଧି, ଘିଅ, ଗୁଡ଼, ପଚିଲା କଦଳୀ, ନଡ଼ିଆପାଣି ଏବଂ ପାଣି ।
ପ୍ରଣାଳୀ :
୭ କି.ଗ୍ରା ଗୋବରରେ ୧ କି.ଗ୍ରା ଗାଈ ଘିଅକୁ ସକାଳ କିମ୍ବା ସନ୍ଧ୍ୟା ସମୟରେ ଭଲଭାବେ ମିଶାଯାଇ ତାହାକୁ ୩ ଦିନ ପର୍ଯ୍ୟନ୍ତ ରଖାଯାଏ । ରଖିବା ପାଇଁ ମାଟିପାତ୍ର କିମ୍ବା ଟିଣ ପାତ୍ର କିମ୍ବା ପ୍ଲାଷ୍ଟିକ ପାତ୍ର ମଧ୍ୟ ବ୍ୟବହାର କରାଯାଇ ପାରିବ । ୩ ଦିନ ପରେ ସେଥିରେ ୧୦ ଲିଟର ଗୋମୂତ୍ର ଓ ୧୦ ଲିଟର ପାଣି ମିଶାଇ ୧୫ ଦିନ ପର୍ଯ୍ୟନ୍ତ ରଖାଯାଇଥାଏ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଏହାକୁ ଭଲଭାବରେ ଘାଣ୍ଟି ଦିଆଯାଏ । ୧୫ ଦିନ ପରେ ଏଥିରେ ଗୋ-ଦୁଗ୍ଧ ୩ ଲିଟର, ଦଧି ୩ ଲିଟର, ନଡ଼ିଆ ପାଣି ୩ ଲିଟର ଓ ଗୁଡ଼ ୩ କେ.ଜି. ଏବଂ ପଚିଲା କଦଳୀ ୧୨ଟି ଭଲଭାବରେ ମିଶାଯାଇ ୩୦ ଦିନ ପର୍ଯ୍ୟନ୍ତ ରଖାଯାଏ । ୩୦ ଦିନ ପର୍ଯ୍ୟନ୍ତ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହାକୁ ଭଲ ଭାବରେ ଘାଣ୍ଟି ଦିଆଯାଇଥାଏ । ପଞ୍ଚଗବ୍ୟ ପ୍ରସ୍ତୁତି ପାଇଁ କେବଳ ଗୋଜାତ ଦ୍ରବ୍ୟ ହିଁ ବ୍ୟବହୃତ ହୋଇଥାଏ । ଜର୍ସିଗାଈ ଅପେକ୍ଷା ଦେଶୀଗାଈର ଜାତ ପଦାର୍ଥ ବ୍ୟବହାର କରାଗଲେ ଅଧିକ ସୁଫଳ ମିଳିଥାଏ ।
ପ୍ରୟୋଗ ବିଧି :
ପଞ୍ଚଗବ୍ୟକୁ ଆମେ ସବୁ ଚାଷ ପାଇଁ ବ୍ୟବହାର କରିପାରିବା । ପ୍ରତ୍ୟେକ ଶସ୍ୟ ପାଇଁ ପ୍ରାୟ ୩% ଦ୍ରବଣ ହିସାବରେ ବ୍ୟବହାର କରାଯାଏ । ୧୦ ଲିଟର କ୍ଷମତା ବିଶିଷ୍ଟ ସିଂଚନ ଟାଙ୍କିରେ ୩୦୦ ମି.ଲି. ହିସାବରେ ମିଶାଇ ପ୍ରୟୋଗ କରାଯାଇଥାଏ ।

Leave A Reply

Your email address will not be published.

one × four =