ମୁଢ଼ି ମିଲ୍‌ କରି ସଶକ୍ତ ହେଉଛନ୍ତି ମିଶନ୍‌ ଶକ୍ତି ମହିଳା

0

ଆମ ରାଜ୍ୟରେ ମିଶନ୍‌ ଶକ୍ତି ବିଭାଗ ଏବେ ମହିଳା ମାନଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରୁଛି । ରାଜ୍ୟ ସରକାରଙ୍କ ଏ ସ୍ୱତନ୍ତ୍ର ଯୋଜନା ମହିଳା ମାନଙ୍କୁ ଆଉ ପାଦେ ଆଗକୁ ଯିବାକୁ ଖୋରାକ୍‌ ଯୋଗାଉଛି । ମହିଳା ମାନେ ସଶକ୍ତ ଓ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ରୋଜଗାର କରିବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ମଧ୍ୟ ଯୋଗାଇପାରିଛନ୍ତି । ଏହି ଉପକ୍ରମରେ ଭଦ୍ରକ ଜିଲ୍ଲାର ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀର ୧୦ଜଣ ମହିଳା ମୁଢ଼ି ମିଲ୍‌ ରୁ ନିଜ ଗୁଜୁରାଣ ମେଣ୍ଟାଇପାରୁଛନ୍ତି । ଏହାକୁ ଏକ ଉଦ୍ୟୋଗରେ ରୂପାନ୍ତରୀତ କରି ଆଜି ସେମାନେ ମାସିକ ୧.୨ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ସେମାନଙ୍କର ମିଳିତ ସହଯୋଗରେ ଏବେ ସେଠାରୁ ୨୦-୩୦ କୁଇଣ୍ଟାଲ ଯାଏଁ ମୁଢ଼ି ଉତ୍ପାଦନ କରିପାରୁଛନ୍ତି । ଆଜି ଏ ମହିଳା ମାନେ ଉଦ୍ୟୋଗର ନୂଆ ସଂଜ୍ଞା ରଚନା କରୁଛନ୍ତି ।

Leave A Reply

Your email address will not be published.

twenty − two =