ଇ-କମର୍ସ ସହ ଯୋଡ଼ି ହେବ ଓଡ଼ିଶା ମିଲେଟ୍ସ

0

ରାଜ୍ୟରେ ଓଡ଼ିଶା ମିଲେଟ ମିଶନ ଏବେ ସଫଳତାର ମହକ ବୁଣୁଛି । ରାଜ୍ୟ ତଥା ରାଜ୍ୟ ବାହାରେ ଏବେ ମିଲେଟର ପ୍ରଶଂସା । ଘରେ ଘରେ ମାଣ୍ଡିଆର ବଢ଼ୁଛି ଆଦର । ଏବେ ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଁଚାଇବା ପାଇଁ ରାଜ୍ୟ ସରକାର ଅନେକ ପନ୍ଥା ଆପଣାଉଛନ୍ତି । ଏବେ ଇ-କମର୍ସ ସହ ଯୋଡ଼ି ହେବ ଓଡ଼ିଶା ମିଲେଟସ୍‌ । ନିଜ ଘରେ ନିଜ ହାତ ପାହାନ୍ତାରେ ଲୋକ ଏବେ ମାଣ୍ଡିଆକୁ ଉପଭୋଗ କରିପାରିବେ । ରାଜ୍ୟର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓଡ଼ିଶା ମିଲେଟ ମିଶନ ଜରିଆରେ ପୁଷ୍ଟିଶସ୍ୟର ପୁନରୁଦ୍ଧାର ପାଇଁ ଅନେକ ପଦକ୍ଷେପ ହାତକୁ ନିଆଯାଇଛି । ଆଗାମୀ ଦଶ ବର୍ଷ ପାଇଁ ପଲିସି ରୋଡ଼ମ୍ୟାପ ପ୍ରସ୍ତୁତ କରାଯାଉଛି। ଆଗରୁ ପୁଷ୍ଟିଶସ୍ୟକୁ ନେଇ ଲୋକଙ୍କ ମନରେ ଯେଉଁ ଭାବନା ଥିଲା , ଏବେ ସେସବୁ ବଦଳିଛି । ସମୟ କ୍ରମେ ଏଥିପାଇଁ ଚାହିଦା ବି ବଢ଼ିଛି । ସାରା ବିଶ୍ୱରେ ଏବେ ମାଣ୍ଡିଆର ଚର୍ଚ୍ଚା । ତେବେ ବର୍ତ୍ତମାନ ସମୟରେ ଆମାଜନ , ଫ୍ଲିପକାର୍ଟ ପରି ଇ-କମର୍ସ ସଂସ୍ଥା ମାନଙ୍କ ସହ ଆଲୋଚନା କରାଯାଉଛି । ଯୁବପିଢ଼ୀ ମାନଙ୍କ ମଧ୍ୟରେ ଏହାକୁ ଅଧିକ ଲୋକପ୍ରିୟ କରିବାକୁ ଯାଜନା ପ୍ରସ୍ତୁତ ହେଉଛି । କୃଷି ସଚିବ ଡ଼ ଅରବିନ୍ଦ କୁମାର ପାଢ଼ୀଙ୍କ ମତରେ ମିଳିତ ଜାତିସଂଘ ୨୦୨୩କୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ଘୋଷଣା କରିଛନ୍ତି । ଭାରତର ପ୍ରଥମ ରାଜ୍ୟ ଭାବେ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବରେ ପାଳନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ନଭେମ୍ବର ୯-୧୦ରେ ଦୁଇ ଦିନିଆ ମିଲେଟ କନଫେରେନସ୍‌ ଆୟୋଜନ କରାଯିବ ।ଏହା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୁରଭି ମିଲେଯ ପ୍ରତିଯୋଗିତା ସହ ବିଭିନ୍ନ ଅଙ୍ଗନବାଡ଼ି,ଆଶାକର୍ମୀ ତଥା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ମାନେ ପ୍ରଶିକ୍ଷଣ ନେବେ । କ୍ୟାପିଟାଲ ହସପିଟାଲ ସହ ସବୁ ଡ଼ାକ୍ତରଖାନାରେ କିଓସ୍କ ଖୋଲିବ । କଳାଭୂମି ତଥା ମିଲେଟ ସଂଗ୍ରାହଳୟରେ ମିଲେଟ ମେଳା ପାଇଁ ବି ଯୋଜନା ପ୍ରସ୍ତୁତ କରାଯାଉଛି । ଏହା ସହ ରାଜ୍ୟ ତଥା ରାଜ୍ୟ ବାହାରେ ଶିଳ୍ପ ଉଦ୍ୟୋଗୀ ମାନଙ୍କୁ ଆକର୍ଷିତ କରିବାକୁ ରୋଡ଼ ଶୋ ଅନୁଷ୍ଠିତ ହେବ । ଯୁବବର୍ଗଙ୍କ ମଧ୍ୟରେ ନୂଆ ଷ୍ଟାର୍ଟଅପ ପାଇଁ କୃଷି ବିଭାଗ ତରଫରୁ ଆହ୍ୱାନ କରାଯାଉଛି ।

Leave A Reply

Your email address will not be published.

four × 3 =