ରାଜ୍ୟରେ ମହକ ବୁଣୁଛି ମାଣ୍ଡିଆ

0

ଏଇ କିଛି ଦିନ ତଳେ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରେ ପରିଦର୍ଶନ କଲା ବେଳେ ମାଣ୍ଡିଆ ପ୍ରତି ଲୋକଙ୍କ ଭଲପାଇବାକୁ ଆଖିରେ ଦେଖିଥିଲି । ଆମେ ସହରର ଚାକଚକ୍ୟ ଭିତରେ ମାଣ୍ଡିଆ ପାଇଁ ଯେତିକି ପାଗଳ ହେଉଛନ୍ତି ସେମାନେ ପିଲାଟି ଦିନରୁ ଏବେ ଯାଏଁ ତା ଠାରୁ ଅଧିକ ମୋହରେ ବନ୍ଧା । ମାଣ୍ଡିଆ ପାଇଁ ଅହେତୁକ ଆକର୍ଷଣ । ସବୁଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ସେମାନଙ୍କର ନିତିଦିନଆ କାମ । ଏହି ଭିତରେ ଜଣେ ପ୍ରାପ୍ତ ବୟସ୍କ ଚାଷୀଙ୍କ ସହ ଭେଟିଥିଲି । ଖରାବେଳରେ ବି ଖରାକୁ ଖାତିର ନକରି ସେ ଯେପରି ମାଣ୍ଡିଆର ପ୍ରଶଂସା କଲେ ଉପସ୍ଥିତ ଲୋକ ବି ଚକିତ ହେଲେ । ତାଙ୍କ ମୁହଁରୁ ଯେବେ ମାଣ୍ଡିଆର ଗୁଣବତ୍ତା ବିଷୟରେ ଶୁଣିଲି ନିଜେ ବି ଆଶ୍ଚର୍ଯ୍ୟ ହେଲି । କାରଣ ୭୦ବର୍ଷ ବୟସରରେ ବି ସେ ମାଣ୍ଡିଆ ଚାଷ କରୁଛନ୍ତି । ସେ ଯେମିତ୍‌ ଫିଟ୍‌ ଅଛନ୍ତି ସାଧାରଣ ଯୁବକଟିଏ ଆଜିର ଦିନରେ ସେତିକି କାମ କରିପାରିବନି । ପାଖାପାଖି ୧.୫ଏକରରୁ ଅଧିକ ଜମିରେ ସେ ମାଣ୍ଡିଆ ଚାଷ କରଉଚନ୍ତି । ସବୁଦିନ ଖାଦ୍ୟରେ ମାଣ୍ଡିଆ ଜାଉ ସାମିଲ କରୁଛନ୍ତି । ଏସବୁ ହିଁ ତାଙ୍କ ଫିଟ୍‌ ରହିବାର କାରଣ ବୋଲି ସେ ଯେବେ କହିଲେ ତାଙ୍କ ଆଖି ଛଳଛଳ ହୋଇଯାଇଥିଲା । କାରଣ କଥା ଛଳରେ ସେ କହୁଥିଲେ ଆଗରୁ ସିନା ଏସବୁ ଗରିବ ମାନଙ୍କର ଖାଦ୍ୟ ଥିଲା ଏବେ କିନ୍ତୁ ଏଥିପାଇଁ ସରକାର ଗୁଡ଼ାଏ ଯୋଜନା କଲେଣି । ସେହିଠାରୁ ହିଁ ଶୁଣିଲି ମିଲେଟ ମିଶନର ଗାଥା । ପାହାଡ଼ ପାଦଦେଶରୁ ବି ମହକ ବୁଣୁଛି ମାଣ୍ଡିଆ । ମିଲେଟ ମିଶନର ସଫଳତା କାହାଣୀ ସେ ଚାଷୀଙ୍କ ମୁହଁରୁ ଶୁଣି ଅନ୍ତତଃ ଏତିକି ବୁଝିଲି ଆମ ରାଜ୍ୟର ଚାଷୀ ସଶକ୍ତ ଆଉ ସମୃଦ୍ଧ । ଏକଥା କେବଳ ସ୍ଲୋଗାନରେ ସୀମିତ ନାହିଁ ବରଂ ଘରେ ଘରେ ଆଜି ମାଣ୍ଡିଆ ପହଁଚିସାରିଛି ।

ରାଜ୍ୟ ସରକାରଙ୍କ ମିଲେଟ ମିଶନ୍‌ ଏବେ ସଫଳତାର କଥା କହୁଛି । ମୟୂରଭଂଜରୁ ମାଲକାନାଗିରି ଯାଏଁ ସବୁଠି ଏବେ ମାଣ୍‌ନିଆର ପ୍ରଚାର ଆଉ ପ୍ରସାର । ସାଧାରଣ ଲୋକଟିଏ ଏବେ କଥା ଛଳରେ କହୁଛି- ଆରେ ଆଜି ସକାଳୁ କଣ ଜଳଖିୃା ହୋଇଛି, କଣ ମାଣ୍ଡିଆ ଜାଉ ଟି ? ଏମିତିକି ଲୋକ ଏତେପରିମାଣରେ ପ୍ରଭାବିତ ହେଲେଣି ସୋସିଆଲ ମିଡ଼ିଆରେ ବି ମାଣ୍ଡିଆର କଥା ସବୁବେଳେ ଶୁଣିବାକୁ ମିଳୁଛି । ସହରରେ ଯୁବ ଉଦ୍ୟୋଗୀ ମାନେ ଆଜି ମିଲେଟର ଷ୍ଟାର୍ଟ ଅପ କଲେଣି । ଆଗାମୀ ନଭେମ୍ବର ୯-୧୦ରେ ଦୁଇ ଦିନିଆ ମିଲେଟ କନଫେରେନ୍ସ ଅନୁଷ୍ଠିତ ହେବ । କେବଳ ଚାଷୀ ନୁହେଁ କୃଷକ ଉତ୍ପାଦକ ସଂଗଠନ,ମହିଳା ଗୋଷ୍ଠୀ , ମିଶନ ଶକ୍ତି ଠାରୁ ଆରମ୍ଭ କରି ବିଦ୍ୟାଳୟ , ମହାବିଦ୍ୟାଳୟ ସବୁବର୍ଗର ଲୋକ ଏବେ ମାଣ୍ଡିଆ ଖାଉଛନ୍ତି ,ଖୁଆଉଛନ୍ତି ଆଉ ଏହାର ସଫଳତାର କଥାକୁ ଲୋକଙ୍କ ପାଖରେ ପହଁଚାଉଛନ୍ତି । ରାଜ୍ୟର ବଡ଼ ବଡ଼ ହୋଟେଲ ମାନେ ବି ଫୁଡ଼ ମେନୁରେ ଏହାକୁ ସାମିଲ କଲେଣି ।

nano urea

ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । ମିଲେଟ ମିଶନ ଏବେ ଏକ ବିପ୍ଲବରେ ରୂପାନ୍ତରିତ ହୋଇଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ପ୍ରଥମ ରାଜ୍ୟ ଭାବେ ଚାରୋଟି ଭୂପ୍ରଜାତିକୁ ଜାରି କରିଛି ଓଡ଼ିଶା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ଏହି ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।

ଡ଼ି ଶୁଭମ୍‌ , ସମ୍ପାଦକ-ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ

Leave A Reply

Your email address will not be published.

10 − 9 =