ରାଜ୍ୟରେ କୃଷି ଓ କୃଷକର ବିକାଶରେ ଓଡିଶା ମିଲେଟ୍‌ ମିଶନ

0

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ଆମ ରାଜ୍ୟର ମିଲେଟ ମିଶନ ଏବେ ୧୯ଟି ଜିଲ୍ଲାରେ ପ୍ରସାର ହେବା ସହ ବର୍ତ୍ତମାନ ସମୟରେ ବୋ÷ଦ୍ଧ, ଢେ଼ଙ୍କାନାଳ , ଝାରସୁଗୁଡ଼ା ଓ ନୟାଗଡ଼ ଜିଲ୍ଲା ଏହି ପ୍ରୟାସର ସାମିଲ ହୋଇଛନ୍ତି । ୧୪୨ ବ୍ଲକର ୧୭୨୨ ଗ୍ରାମ ପଂଚାୟତର ୧୬୯୮୯ ଗ୍ରାମର ପାଖାପାଖି ୧.୨୯ଲକ୍ଷ ଚାଷୀ ମାନେ ଆଜି ମିଲେଟ ମିଶନରେ ଯୋଡ଼ି ଏହି ବିପ୍ଲବର ସାରଥି ସାଜିଛନ୍ତି । ୨୦୨୦-୨୧ ସୁଦ୍ଧା ପାଖାପାଖି ୭ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଏହି ମିଶନ ଦ୍ୱାରା ଉତ୍ପାଦିତ ହୋଇଥିଲା । ୨୦୨୨ ସୁଦ୍ଧା ରାଜ୍ୟରେ ମାଣ୍ଡିଆ ଚାଷୀଙ୍କ ସଂଖ୍ୟା ୧.୩ଲକ୍ଷରେ ପହଁଚିଛି ।

nano urea

ଏହା ସହ ବର୍ତ୍ତମାନ ରାଜ୍ୟରେ କୃଷକ ଉତ୍ପାଦକ ସଂଗଠନ ମାନଙ୍କ ସଂଖ୍ୟାବ ବଢ଼ିବାରେ ଲାଗିଛି । ଏହି ସବୁ ସଂଗଠନ ଓଡ଼ିଶା ମିଲେଟ ମିଶନ୍‌ ସହ କାମ କରି ଚାଷୀଙ୍କ ବିକାଶରେ ସାଥ ଦେଉଛନ୍ତି । ଏବେ ସୁଦ୍ଧା ପାଖାପାଖି ୭୬ଟି କୃଷକ ଉତ୍ପାଦକ ସଂଗଠନ ମିଲେଟ ମିଶନ ସହ ମିଶି କାମ କରୁଛନ୍ତି । ଆଗାମୀ ଦିନରେ ଏହି ସଂ୍‌ଖ୍ୟା ୧୪୨ରେ ପହଁଚିବାର ଲକ୍ଷ୍ୟ ରହିଛି । ଓଡ଼ିଶା ମିଲେଟ ମିଶନ୍‌ ସହାୟତାରେ ଓଡିଶାରେ ମିଲେଟ ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି । ଓଡ଼ିଶା ମିଲେଟ ମିଶନ ପ୍ରତି ବ୍ଲକରେ ବଜାର ସୁବିଧା ସୃଷ୍ଟି କରିବା ସହ ଗୋଷ୍ଠୀ ଭିତ୍ତିକ ସଂଗଠନ ମାନଙ୍କୁ ସଶକ୍ତ କରିବା ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ।

ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ଗତବର୍ଷ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ସବୁଠି ମିଲେଟର ଜୟଯାତ୍ରା । ମଲ୍‌ ମାନଙ୍କରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ତ ପୁଣି ବିଭିନ୍ନ ଉତ୍ସବ ମାନଙ୍କରେ ମାଣ୍ଡିଆର ଖାଦ୍ୟ ପାଖରେ ଲୋକ ଭିଡ଼ ଜମେଇଲେଣି । କେବଳ ମଧୁମେୟ ରୋଗୀ ନୁହେଁ ସମାଜର ସବୁ ଶ୍ରେଣୀ ଆଉ ସବୁ ବର୍ଗର ଲୋକେ ଏହାକୁ ଏବେ ନିଜ ଖାଦ୍ୟରେ ସାମିଲ କଲେଣି । କେବଳ ଗରିବ ନୁହେଁ ବରଂ ସବୁ ବର୍ଗ ଓ ସବୁ ଶ୍ରେଣୀର ଲୋକ ନିଜ ଖାଦ୍ୟରେ ମାଣ୍ଡିଆକୁ ସାମିଲ କଲେଣି ।

Leave A Reply

Your email address will not be published.

2 × three =