ଚାଷ ଜମିରେ ସୁନା ଫଳାଉଛନ୍ତି ମିଶନ୍‌ ଶକ୍ତି ମହିଳା

0

ରାଜ୍ୟରେ ମହିଳା ମାନଙ୍କର ବିକାଶ ପାଇଁ ମିଶନ୍‌ ଶକ୍ତି ଜରିଆରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ମହିଳା ସଶକ୍ତିକରଣର ବାର୍ତ୍ତା ଦେଇ ମା ମାନେ ଆଜି ଉଦ୍ୟୋଗର ମହକ ବୁଣୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ପାଖାପାଖି ୨୫୦୦୦ ମିଶନ୍‌ ଶକ୍ତି ମହିଳା ଏବେ ୧୭ଟି ବ୍ଲକରେ ବିଭିନ୍ନ ଚାରା ରୋପଣ କରି ଚାଷ ଜମିରୁ ସୁନା ଫଳେଇବା ନିଶାରେ ନିଜର ଉଦ୍ୟୋଗ ସ୍ଥାପନ କରୁଛନ୍ତି । ୧୪ଲକ୍ଷ ଚାରା ଯଥା- ଆଳୁ, ଟମାଟୋ , ବାଇଗଣ ପ୍ରଭୃତି ୩୫୨ ଏକର ଜମିରେ ରୋପଣ କରାଯାଇଛି । ସେମାନଙ୍କ ଜୀବନ ଜୀବିକାର ଉନ୍ନତିରେ ଏହା ସହାୟକ ହେଉଛି ବୋଲି ମିଶନ୍‌ ଶକ୍ତି ମହିଳା ମାନେ ମତବ୍ୟକ୍ତ କରିଛନ୍ତି । ଏହା ସେମାନଙ୍କୁ ୭.୫କୋଟିର ଆୟ ଦେବ ବୋଲି ବିଶ୍ୱାସ ରହିଛି ।
ସୋ÷: ମିଶନ୍‌ ଶକ୍ତି

Leave A Reply

Your email address will not be published.

20 − six =