ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କଲେ ରାଜ୍ୟପାଳ

0

ମାନ୍ୟବର ରାଜ୍ୟପାଳ ଯାଜପୁରରେ ମିଶନ ଶକ୍ତି ଭବନରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସହ କଥାବାର୍ତ୍ତା ହେବା ସହ ବିଭିନ୍ନ କାର୍ଯ୍ୟସମ୍ପର୍କରେ ପଚାରି ବୁଝିଛନ୍ତି । ରାଷ୍ଟ୍ରୀୟ ଗ୍ରାମୀଣ ଆଜୀବିକା ମିସନ ଅନ୍ତର୍ଗତଃ ଏବେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ଯାଙ୍କ ରୁଣ ମିଳୁଛି । ଏହାର ଉପଯୋଗ କରି, ଗୁଣାତ୍ମକ ଉତ୍ପାଦ ସହ ବଜାର ସମ୍ପ୍ରସାରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି । ବର୍ତ୍ତମାନ ସ୍ଥିତିରେ ସମଗ୍ର ଦେଶରେ ୧୦କୋଟିରୁ ଉର୍ଦ୍ଧ୍ବ ମହିଳାଙ୍କ ଜୀବନଜୀବିକାରେ ସକାରାତ୍ମକ ପରିବର୍ତ୍ତନ ଆସିଛି ଏବଂ ନାରୀ ସଶକ୍ତିକରଣ ତ୍ୱରାନ୍ୱିତ ହେବା ସହ ଆତ୍ମନିର୍ଭର ଓ ବିକଶିତ ଭାରତ ନିର୍ମାଣରେ ଏହା ବିଶେଷ ଉପାଦାନ ହୋଇଛି । ନାରୀ ଶକ୍ତି ବନ୍ଦନା ଅଧିନିୟମ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଘୋଷଣା କରିଛନ୍ତି ମାନ୍ୟବର ରାଜ୍ୟପାଳ ।

Leave A Reply

Your email address will not be published.

5 × 5 =