ରାଜ୍ୟ ସରକାରଙ୍କ ଦ୍ଵାରା ହେବ ‘ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ

0

ରାଜ୍ୟ ସରକାର କୃଷକ ମାନଙ୍କ ସଶକ୍ତିକରଣ ଏବଂ ଜୀବିକାର୍ଜନ ପାଇଁ ସବୁବେଳେ ପ୍ରୋତ୍ସାହନ ଯୋଗାଇ ଦେଇଛନ୍ତି । ବିଭିନ୍ନ ସ୍କିମ୍ ଏବଂ ପ୍ରକ୍ରିୟାକରଣ ମାଧ୍ୟମରେ କୃଷକ କିମ୍ୱା ସେମାନଙ୍କ ପରିବାରକୁ ସହଯୋଗର ହାତ ବଢାଇଛନ୍ତି । ଯାହାଫଳରେ କୃଷକ ଓ ସେମାନଙ୍କ ପରିବାରବର୍ଗ ସଶକ୍ତ ହେବାସହ ସହଜ ଜୀବନଯାପନ କରିପାରୁଛନ୍ତି ।

ତେବେ ବର୍ତ୍ତମାନ ସରକାର ‘ ସ୍ଥାୟୀ ଜୀବିକା ନିମନ୍ତେ କଫି ଚାଷ’ ଯୋଜନା କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରିଛନ୍ତି । ଏହା କୋରାପୁଟ , ରାୟଗଡା , କଳାହାଣ୍ଡି , କନ୍ଧମାଳ, କେନ୍ଦୁଝର ଓ ଗଜପତି ୬ଟି ଜିଲ୍ଲା ସହ ଅନ୍ତର୍ଭୁକ୍ତ ହେବାସହ ଏହି କଫିଚାଷ ୧୦ ବର୍ଷ ମଧ୍ୟରେ ୧ଲକ୍ଷ ଏକରକୁ ବୃଦ୍ଧି ହେବ ବୋଲି କହିଛନ୍ତି । ଏହି ଯୋଜନା ୨୦୨୨-୨୩ ରୁ ୨୦୨୬-୨୭ ପର୍ଯ୍ୟନ୍ତ ₹୧୧୪୪.୦୦ ବ୍ୟୟ ବରାଦ ରେ କାର୍ଯ୍ୟକାରି ହେବ ଏବଂ ୫୦,୦୦୦ରୁ ଅଧିକ କୃଷକ ପରିବାର ଉପକୃତ ହେବେ ।

nano urea

Leave A Reply

Your email address will not be published.

7 − seven =