କୃଷକ ଉତ୍ପାଦକ ସଂଗଠନ ପାଇଁ କ୍ୟାବିନେଟରେ ବଡ଼ ନିଷ୍ପତ୍ତି

0

କୃଷି କ୍ଷେତ୍ରରେ ବିକାଶ ପାଇଁ କୃଷକ ଉତ୍ପାଦକ ସଂଗଠନ ଏକ ବଡ଼ ବିପ୍ଲବ । ଚାଷୀ ମାନଙ୍କର ବିକାଶ ପାଇଁ ରାଜ୍ୟ ସରକାର ସବୁବେଳେ ଗୁରୁତ୍ୱ ଦେଇଆସନ୍ତି । ଆମ ରାଜ୍ୟର ଚାଷୀମାନଙ୍କର ଅର୍ଥନୈତିକ ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କାର୍ଯ୍ୟକରି ଆସୁଛନ୍ତି । କୃଷିର ବିକାଶ ଉପରେ ପ୍ରମୁଖ ଧ୍ୟାନ ଦେଇ ରବିବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ସମୁଦାୟ ୩୧୩.୬୧ କୋଟି ଟଙ୍କା ରାଜ୍ୟର କୃଷକ ଉତ୍ପାଦକ ସଂଗଠନ ପାଇଁ ମଂଜୁର କରିଛନ୍ତି । ମୋଟ ପାଂଚ ବର୍ଷ ପାଇଁ ଏହି ଟଙ୍କା ରାଜ୍ୟର କୃଷକ ଉତ୍ପାଦକ ସଂଗଠନର ବିକାଶ ପାଇଁ କାର୍ଯ୍ୟରେ ଲାଗିବ ବୋଲି ନିଷ୍ପତ୍ତି ନିଆଯାଇଛି । ଓଡ଼ିଶାରେ ଏଫ.ପି.ଓ ମାନଙ୍କର ପ୍ରଚାର ପ୍ରସାର ସହ ଏହା ବର୍ତ୍ତମାନ ସମୟରେ ଓଡ଼ିଶାରେ ପାଖାପାଖି ୧୦୦୦ରୁ ଉଦ୍ଧ୍ୱର୍ ସଂଗଠନ ଗୁଡ଼ିକୁ ସହାୟତା ଦେବା ସହ ପାଖାପାଖି ୩ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । ଏହି ଯୋଜନା କୃଷକ ଉତ୍ପାଦକ ସଂଗଠନ ମାନଙ୍କୁ ବୈଷୟିକ ତଥା ଆର୍ଥକ କ୍ଷେତ୍ରରେ ସୁଦୃଢ଼ କରିବା ସହ ଚାଷୀଙ୍କର ଆୟ ବଢ଼ାଇବାରେ ମୁଖ୍ୟ ଭୂମିକା ନେବ ବୋଲି କୁହାଯାଇଛି ।

Leave A Reply

Your email address will not be published.

7 + 4 =