ସୁବ୍ରତଙ୍କ ସଫଳତାର ସୂତ୍ର – ବିନା ମାଟିରେ ଚାଷ

0

ଦିନ ଥିଲା ଏ ସମାଜ ସବୁଜିମାର ବଳୟ ଭିତରେ ଆବଦ୍ଧ ହୋଇ ଥିଲା । ପରିବେଶ ସବୁଜର ଆବରଣରେ ବେଶ ଖୁସି ହୋଇ ହସୁଥିଲା । କୃଷିକୁ କଷ୍ଟ ନୁହେଁ ବରଂ ଏକ କର୍ମସିକ୍ତ ଭାବନାରେ ପ୍ରତିପାଦିତ କରାଯାଉଥିଲା । କିନ୍ତୁ ସମୟ ଆସିଛି କୃଷି ପାଇଁ ଆଉ ସେପରି ମନରେ ଶ୍ରଦ୍ଧା ନାହିଁ । ସେଇଥିପାଇଁ ତ ଆଜି ଚାଷ ଜମି ସବୁ ପଡ଼ିଆ ହୋଇ ପଡ଼ୁଛି , ସବୁଜିମା ନାହିଁ ବରଂ କଳକାରଖାନାର ଦୂଷିତ ଆବରଣରେ ବନ୍ଧା ହୋଇପଡ଼ିଛି । ପରିବେଶ ସନ୍ତୁଳନ ଠିକ ଭାବେ ରହୁନାହିଁ । ଆଉ ଯେତିକି ବି ଚାଷ ଜମି ରହିଲା ସେସବୁ ରାସାୟନିକ ବିଷ ସାରରେ ଭରପୂର । ପରୋକ୍ଷରେ ସବୁଜ ବିଷକୁ ଗ୍ରହଣ କରୁଛନ୍ତି ମାନବ ସମାଜ । ଆଜିର ଯୁବଗୋଷ୍ଠୀ ଚାଷ ପାଇଁ ବିମୁଖ । କ୍ଷେତକାମ ପାଇଁ ଆଉ ଆଗପରି ଆଗ୍ରହ ସୃଷ୍ଟି ହେଉନାହିଁ । କିନ୍ତୁ ଆଜି ବି ଚାଷ ଜମିରେ ନୂଆ ପଦ୍ଧତିରେ ଚାଷ କରି ଲକ୍ଷଲକ୍ଷ ଟଙ୍କା କମେଇହେଉଛି । କେବଳ ଟଙ୍କା ନୁହେଁ ବରଂ ପରିବେଶ ସୁସ୍ଥ ରହିବା ସହ ମନ ବି ପ୍ରଫୁଲ୍ଲ ରହେ । ସେମିତି ଆଜି ହାଇଡେ଼୍ରାପନିକ୍ସ ଏବେ ଆତ୍ମନିର୍ଭରଶୀଳତାର ନୂଆ ଏକ ଅଧ୍ୟାୟ ।

ସାଧାରଣତଃ ଆମେ ଜାଣୁ କି ଗଛ ମାଟି ଭିତରେ ହିଁ ବଢ଼ିଥାଏ । ମାଟିର ଥିବା ଖଣିଜଲବଣ ଓ ପୋଷକତତ୍ତ୍ୱକୁ ନେଇ ଗଛ ବଂଶବିସ୍ତାର କରେ । କିନ୍ତୁ ଯଦି ଜଣକୁ କୁହାଯାଏ ଯେ ବିନା ମାଟିରେ ବି ଗଛ ବଢ଼ିପାରିବ , ତେବେ ଏହା ହୁଏତ ନୂଆ ଲାଗୁଥାଇପାରେ । କିନ୍ତୁ ଆଜିର ବିଜ୍ଞାନ ଯୁଗରେ କୃଷିବିଜ୍ଞାନରେ ଏହା କିଛି ଅସମ୍ଭବ ନୁହେଁ । ବିନା ମାଟିରେ ଗଛ ବଢ଼ିପାରିବାର କୋ÷ଶଳକୁ ହାଇଡେ଼୍ରାପନିକ୍ସ କୁହାଯାଏ । ମାଟିର ଅନୁପସ୍ଥିତିରେ ଜଳକୁ ମାଧ୍ୟମ କରି ପାଣି ଭିିତରେ ପୋଷକତ୍ତ୍ୱର ଉପାଦାନକୁ ସଂଗୃହୀତ କରି ଗଛକୁ ବଢ଼ାଯାଇପାରେ । ପାଣି ଭିତରେ ଗଛର ଚେର ଖୁବ ସହଜରେ ବଢ଼ିପାରେ । କାରଣ ଗଛ ଆବଶ୍ୟକ କରୁଥିବା ଉପାଦାନ ସବୁ ଏହି ପୋଷକଯୁକ୍ତ ପାଣିରେ ଥାଏ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୋ÷ଣସି ଗଛ ବଢାଇବାକୁ ହାଇଡ୍ରୋପନିକ୍ସ କୁହାଯାଏ । ଏହି ପଦ୍ଧତିକୁ ଆମେ କୃଷିକ୍ଷେତ୍ରରେ ଉପଯୋଗ କରି ଫସଲ ଅମଳ କରିପାରିବା। ସାଧାରଣତଃ ଗଛ ବଢିବା ପାଇଁ ବିଭିନ୍ନ ପୋଷକ ପଦାର୍ଥ ମାଟିରୁ ଗ୍ରହଣ କରିଥାଏ ଠିକ୍‌ ସେହିପରି ହାଇଡ୍ରୋପୋନିକ୍ସ ରେ ଗଛ ପାଣିରୁ ସମସ୍ତ ଆବଶ୍ୟକୀୟ ଖାଦ୍ୟ ଗ୍ରହଣ କରିଥାଏ ।

nano urea

ଭୁବନେଶ୍ୱର ନିବାସୀ ସୁବ୍ରତ କୁମାର ମହାନ୍ତି – ଓୟୁଏଟିରୁ ମୃତ୍ତିକା ବିଜ୍ଞାନ ବିଭାଗରୁ ସ୍ନାତକୋତ୍ତର ଶିକ୍ଷା ପରେ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରିବା ପରେ ମଧ୍ୟ ଟଙ୍କାର ମୋହ ସୁବ୍ରତକୁ କୃଷି ବା କୃଷି ପ୍ରତି ଥିବା ଆଗ୍ରହ ଠୁ ଦୂରେଇପାରିନଥିଲା । ଚାଷର ମୋହରେ ବାନ୍ଧି ହୋଇ ସୁବ୍ରତ ପ୍ରଥମେ ୟୁଟ୍ୟୁୃବ ରୁ ହାଇଡ୍ରୋପନିକ୍ସର କୋ÷ଶଳ ବିଷୟରେ ଦେଖିବା ପରେ ନିଜ ଘର ଛାତ ଉପରେ ଏହାକୁ ଆରମ୍ଭ କଲେ । ଚାଷ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଆଉ ସମାଧାନ ବିଷୟରେ ଜାଣିବାକୁ ଇଚ୍ଛା ରଖିଥିବା ସୁବ୍ରତ ନିଜେ ବିଭିନ୍ନ ଫସଲକୁ ଛାତ ଉପରେ କରିବାକୁ ଚେଷ୍ଟା କଲେ । ସାତ ବର୍ଷର ସଂଘର୍ଷ ପରେ ଶେଷରେ ସୁବ୍ରତ ସଫଳତାର ସ୍ୱର୍ଶ ପାଇଲେ । ଆଜି ସୁବ୍ରତ ସବୁ ଚାଷୀ ତଥା ଯୁବ ଉଦ୍ୟୋଗୀ ମାନଙ୍କ ପାଇଁ ପ୍ରେରଣାର ବାର୍ତ୍ତା ଦେଉଛନ୍ତି । ଚାଷର ନୂଆ କୋ÷ଶଳ ବିଷୟରେ ଶିକ୍ଷା ଦେଉଛନ୍ତି । ସୁବ୍ରତ କୁହନ୍ତି ‘ଆଜି ବି ମୁଁ ଚାଷୀଙ୍କ ଠାରୁ ଜାଣିବାକୁ ଚେଷ୍ଟା କେର । ଚାଷୀଙ୍କ ଅନୁଭବ ଆଉ ଅନୁଭୂତିକୁ ସାଥ କରି ପୁଣି କିଛି ଗବେଷଣା କରିବାକୁ ଚେଷ୍ଟା କରେ।’ ସତରେ ଏ ବୟସରେ ବି ସୁବ୍ରତଙ୍କ ଚାଷ ପାଇଁ ଥିବା ଆଗ୍ରହ ଦେଖିଲେ ମନେ ହୁଏ ସତରେ ଆଗ୍ରହ ଓ ଉତ୍ସାହ ହିଁ ଆମକୁ ସଫଳତାର ବାଟ କଢ଼ାଏ । ଲେଟ୍ୟୁସ, ଇଟାଲିଆନ ବାସିଲ , ଜୁଆଣି , ଚେରୀ ଟମାଟୋ, କୁନ୍ଦୁରି , ବାଇଗଣ ପରି ବିଭିନ୍ନ ଚାଷ କରି ଏବେ ସେ ଓଡ଼ିଶାରେ ନିଜର ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି । ବିଭିନ୍ନ କୃଷି ପ୍ରଦର୍ଶନୀରେ ସମ୍ବର୍ଦ୍ଧିତ ହେବା ସହ ନିଜ ଗବେଷଣା ପାଇଁ ଭୂୟସୀ ପ୍ରଶଂସା ସାଉଁଟୁଛନ୍ତି ।
ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଚାଷୀ ମାନଙ୍କୁ ଶିକ୍ଷା ଦେବା ସହ କିପରି ଯୁବପିଢ଼ୀ ମାନେ ହାଇଡ୍ରୋପନିକ୍ସ , ଏରୋପନିକ୍ସ ତଥା ଭର୍ଟିକାଲ ଗାର୍ଡେନିଂ ର କୋ÷ଶଳ ବିଷୟରେ ଜଣାଇବା ସହ କିପରି ସେମାନେ ଉଦ୍ୟୋଗର ଗାଥା ଗାଇବେ , ସେ ବିଷୟରେ ନିଜର ଅନୁଭୂତିକୁ ବଖାଣୁଛନ୍ତି । ତେବେ ସୁବ୍ରତଙ୍କ ଏ ପ୍ରୟାସ ଯୁବସମାଜ ମଧ୍ୟରେ ପ୍ରେରଣା ସୃଷ୍ଟି କରିବା , ଏହା ନିଃସନ୍ଦେହ ।

Leave A Reply

Your email address will not be published.

four × three =