ଦକ୍ଷତା ବିକାଶରେ ସଶକ୍ତ ମହିଳା …

0

ରାଜ୍ୟ ସରକାର ସଦା ସର୍ବଦା ଦକ୍ଷତା ବୃଦ୍ଧି ଓ ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ରାଜ୍ୟରେ ତିନି ଦିନ ଧରି ଆୟୋଜିତ ହେଉଥିବା ଦକ୍ଷତା ବିକାଶ କନକ୍ଲେଭ୍‌ ରେ ମହିଳାଙ୍କ ସହଭାଗିତା ବେଶ ନିଖୁଣ ଭାବରେ ପ୍ରଦର୍ଶିତ ହୋଇଛି । ଉଦଘାଟନୀ ଉତ୍ସବ ଦିନ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେ.ଏସ ଡ଼ ବ୍ଲୁ ର ଭାରୀ ଯାନ ଚଲାଉଥିବା ମହିଳା ମାନଙ୍କ ସହ ଫଟୋ ଉଠାଇବାର ନଜର ଆସିଥିଲା । ଦିନ ଥିଲା ଯେଉଁ ମହିଳା ମାନେ ମୋଟର ସାଇକେଲ ଚଲାଇବା ଜାଣି ନଥିଲେ ଏବଂ ଘର ଭିତରେ ଦିନ କାଟୁଥିଲେ ଏବେ ସେମାନେ ନିଜ ଦକ୍ଷତା ବିକାଶ କରି ରାଜ୍ୟରେ ନିଜର ନୂଆ ପରିଚୟ ତିଆରି କରିଛନ୍ତି । ମହିଳା ମାନେ ଯେ କେବଳ ସବୁବେଳେ ଘରର ଚାରିକାନ୍ଥ ଭିତରେ ଜୀବନ ବିତେଇବେ ସେକଥାକୁ ଭୁଲ ପ୍ରମାଣିତ କରିଛନ୍ତି ଜେ.ଏସ ଡ଼ ବ୍ଲୁ ର ଭାରୀ ଯାନ ଚଲାଉଥିବା ମହିଳା ମାନେ । ନିଜକୁ ବେଶ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହ ଆଜି ଜେ.ଏସ ଡ଼ ବ୍ଲୁ ର ବିଭିନ୍ନ ଖଣି ଅଂଚଳରେ ଯାନ ଚଳାଇ ନୂଆ ପରିଚୟ ସୃଷ୍ଟି କରିବା ସହ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଓଡିଶା ଦକ୍ଷତା ବିକାଶ ସମାରୋହରେ ଏମିତି ମହିଳା ମାନଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ଆଳାପ ଆଲୋଚନା କରି ସେମାନଙ୍କ ପ୍ରଚେଷ୍ଟା ଓ ସାହସକୁ ପ୍ରଶଂସା କରିବା ସହ ଆହୁରି ଭବିଷ୍ୟତରେ ଅନେକ କିଛି ନୂତନତ୍ୱକୁ ଅନ୍ୱେଷଣ କରିବା ପାଇଁ ଉତ୍ସାହିତ କରିଛନ୍ତି।

Leave A Reply

Your email address will not be published.

15 − six =