କୃଷି ଉଦ୍ୟୋଗ ପ୍ରତିଷ୍ଠାନ ତରଫରୁ ଜାତୀୟ କୃଷକ ଦିବସ ପାଳନ

0

ସମାଜ ଓ ସଭ୍ୟତାର ମେରୁଦଣ୍ଡ ହେଉଛି କୃଷି । ଗ୍ରାମୀଣ ଜୀବନର ଆଦ୍ୟ ଓଁକାର କୃଷି । ଆଉ ଏହି କୃଷିର ମାନସ ସନ୍ତାନ ହେଉଛନ୍ତି ଚାଷୀ । ଦେଶର ପଂଚମ ପ୍ରଧାନମନ୍ତ୍ରୀ ଚୋ÷ଧୁରୀ ଚରଣ ସିଂଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଡ଼ିସେମ୍ବର ୨୩କୁ ଜାତୀୟ କୃଷକ ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ପାଲ୍‌ ଚ୍ୟାରିଟି ଇଣ୍ଡିଆ ଫାଉଣ୍ଡେସନର କୃଷି ଉଦ୍ୟୋଗ ପ୍ରତିଷ୍ଠାନ ତରଫରୁ ଏକ ୱେବିନାର ଆୟୋଜିତ କରାଯାଇଥିଲା । ଏହି ୱେବିନାରର ଶୀର୍ଷକ ଥିଲା : କୃଷକରୁ କୃଷି ଉଦ୍ୟୋଗୀ – ଏକ ସୋପାନ ।

ଏହି ୱେବିନାର ରେ ବିଭିନ୍ନ ସରକାରୀ ଓ ବେସରକାରୀ ବୈଷୟିକ ଅନୁଷ୍ଠାନ ଗୁଡିକର ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ମାନେ ଏକାଠି ହୋଇ ଆଜିର ବିଷୟ ପ୍ରତି ଆଲୋଚନା କରିଥିଲେ । ଉତ୍ସବରେ ଅନୁଷ୍ଠାନର ନିର୍ଦ୍ଦେଶକ ରାଜୀବ ବିଶୋଇ ଅତିଥି ପରିଚୟ ଦେବା ବେଳେ ଡ଼ ପି.ଶ୍ରୀନିବାସ , ପ୍ରଧାନ ବୈଜ୍ଞାନିକ-ଚେସ୍‌ ସ୍ୱାଗତ ଅଭିଭାଷଣ ରଖିଥିଲେ ।

କୃଷି ଯଦି ଉଦ୍ୟୋଗ ହୁଏ , କୃଷକମାନେ ହେଉଛନ୍ତି ଉଦ୍ୟୋଗୀ। ତେବେ ରାଜ୍ୟ ସରକାରଙ୍କ ତରଫରୁ ଏ ଦିଗରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଉପରେ ଡ଼ ଲକ୍ଷ୍ମଣ କୁମାର ପାଲଟାସିଂ ଆଲୋଚନା କରିଥିଲେ ।

nano urea

ଅନ୍ୟତମ ବକ୍ତା ଭାବରେ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋର ପ୍ରତିଷ୍ଠାତା ଡ଼ି ଶୁଭମ୍‌ ଯୋଗ ଦେଇ କୃଷି ଉଦ୍ୟୋଗୀକରଣର ସମ୍ଭାବନା ଓ ବାସ୍ତବତା ବିଷୟରେ କହିଥିଲେ । କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଉଦ୍ୟାନ କୃଷିରେ ଉଦ୍ୟୋଗୀ ସୃଷ୍ଟି କରିବା ଦିଗରେ ଆଇ.ଆଇ.ଏଚ.ଆରର ସାମାଜିକ ବିଜ୍ଞାନ ତଥା କର୍ମଶାଳା ବିଭାଗର ପ୍ରଧାନ ବୈଜ୍ଞାନିକ ଡ଼ ଭି.କେ ରାଘବେନ୍ଦ୍ର ରାଓ ମତାମତ ରଖିଥିଲେ ।


ଅନ୍ୟତମ ବକ୍ତା ଭାବରେ ସଂକଳ୍ପ ଟିଭିର ନିର୍ଦ୍ଦେଶକ ଅଶୋକ ଦାସ ମିଡ଼ିଆକୁ ବିକାଶ ମାଧ୍ୟମରେ କିଛି ସଫଳ ପରୀକ୍ଷା ନିରୀକ୍ଷା ବିଷୟରେ ଆଲୋଚନା କରିଥିଲେ । ଏହା ପରେ ଶ୍ରୀ ଜ୍ୟୋତି ରଞ୍ଜନ ବେହେରା ମୁଖ୍ୟମନ୍ତ୍ରୀ ସୁଧ ଫେରସ୍ତ ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ । ତତ୍‌ପରେ ଶ୍ରୀ କିଶୋର ଚନ୍ଦ୍ର ନାୟକ ପ୍ରାଥମିକ କ୍ଷେତ୍ର ପାଇଁ କ୍ରେଡ଼ିଟ ଲିଙ୍କେଜ ସୁବିଧା ଉପରେ କହିଥିଲେ ।
ଶେଷରେ ଅନୁଷ୍ଠାନ ମୁଖ୍ୟ ରାଜୀବ ବିଶୋଇ ଏହି ସଂସ୍ଥାର ଆଭିମୁଖ୍ୟ ଉପରେ ବର୍ଣ୍ଣନା କରିବା ସହ କୄଷି ଉଦ୍ୟୋଗୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଆଗକୁ ଏମିତି ୱେବିନାର ଆୟୋଜନ କରାଯାଇ ଚାଷୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ବୋଲି ଶ୍ରୀ ବିଶୋଇ କହିଥିଲେ।

Leave A Reply

Your email address will not be published.

16 + 15 =