ଜାତୀୟ କୃଷକ ଦିବସ ଉପଲକ୍ଷେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା

0

ଜଣେ କୃଷକ କେବଳ ଜଣେ କୃଷକ ନୁହଁନ୍ତି, ସେ ହେଉଛନ୍ତି ମାନବ ସଭ୍ୟତାର ପ୍ରତିଷ୍ଠାତା । ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତଥାପି ସେ ହାର ନମାନି ନିଜର କୃଷି ପ୍ରତି ଥିବା ଭଲପାଇବାକୁ ଆପଣାଇ ନେଇଥାନ୍ତି । ଶୀତଦିନର ଥଣ୍ଡା ଏବଂ ଗ୍ରୀଷ୍ମର ଉତ୍ତାପ ସହି, କାମ କରି ସାରା ବିଶ୍ୱକୁ ଖାଦ୍ୟ ଯୋଗାଇଥାନ୍ତି । କୃଷି ହେଉଛି ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ କୃଷିକାର୍ଯ୍ଯ କରି କାଦୁଅରୁ ଟଙ୍କା ଉତ୍ପାଦନ କରିଥାନ୍ତି କହିଲେ ଭୁଲ ହେବ ନାହିଁ । ଆମେ ତାଙ୍କୁ ବର୍ଷର ୩୬୫ ଦିନ ଧନ୍ୟବାଦ ଦେବା ଉଚିତ୍, କାରଣ ଆମେ କେବଳ ଦିନକୁ ତିନିଥର ତାଙ୍କରି ପାଇଁ ଖାଦ୍ୟ ପାଇଥାଉ । ତେଣୁ ସେମାନଙ୍କୁ ଓ ତାଙ୍କର କଠିନ ପରିଶ୍ରମକୁ ଧନ୍ୟବାଦ ଓ ପ୍ରଶଂସା କରିବା ପାଇଁ ଏକ ବିଶେଷ ଦିନ ପାଳନ କରାଯିବା ଉଚିତ । ତେବେ ଭାରତରେ ପ୍ରତି ବର୍ଷ ୨୩ ଡିସେମ୍ବରକୁ ଜାତୀୟ କୃଷକ ଦିବସ ବା କିସାନ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ଆମ ଦେଶର ଜମିରେ କୃଷକଙ୍କ ଅବଦାନକୁ ସମ୍ମାନ ଜଣାଇ ସେମାନଙ୍କୁ ପ୍ରୋତ୍ସାହିତ କରାଯାଏ । ଏହି ଦିନ ଏକ ପ୍ରତିଶ୍ରୁତିବଦ୍ଧ ବ୍ୟକ୍ତି ଚୌଧୁରୀ ଚରଣ ସିଂଙ୍କ ଜନ୍ମ ବାର୍ଷିକୀ ସ୍ମୃତିରେ, କୃଷକମାନଙ୍କ କଲ୍ୟାଣ ପାଇଁ ଭାରତରେ ପାଳନ କରାଯାଏ । ସେ ମଧ୍ୟ ଜଣେ କୃଷକ ପରିବାର ରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତର କୃଷକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ଅନେକ ନୀତି ପ୍ରଣୟନ କରିଥିଲେ, ସଂଗ୍ରାମ କରି କୃଷକଙ୍କ ଅଧିକାର ପାଇଁ ଛିଡା ହୋଇଥିଲେ ଏବଂ କ୍ଷୁଦ୍ର କୃଷକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତେବେ ଆଜି ହେଉଛି ବିଶ୍ଵ କୃଷକ ଦିବସ । ଆଜିର ମୁଖ୍ୟ ବିଷୟବସ୍ତୁ ରହିଛି, ‘ନିରନ୍ତର ଖାଦ୍ୟ ସୁରକ୍ଷା ଏବଂ ସ୍ଥିରତା ପାଇଁ ସ୍ମାର୍ଟ ସମାଧାନ ବିତରଣ’ । ମନୁଷ୍ୟର ଜୀବନଧାରଣ ପାଇଁ ଖାଦ୍ୟ ଏକାନ୍ତ ଆବଶ୍ୟକ କିନ୍ତୁ ସେହି ଖାଦ୍ୟର ସୁରକ୍ଷା ଓ ବିକାଶ କିପରି ହେବ ସେଥିପ୍ରତି କେହି ଦୃଷ୍ଟି ଦେଉନାହନ୍ତି । ଆଜିର ଆଧୁନିକ ଯୁଗରେ କେହି କୃଷିକାର୍ଯ୍ୟରେ ମନ ଦେଉନାହାନ୍ତି । ଯାହା ଫଳରେ କୃଷି ଉତ୍ପାଦନ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ବର୍ତ୍ତମାନର ଯୁବପିଢି ମାନଙ୍କୁ କୃଷି ଓ କୃଷକର ମହତ୍ତ୍ଵ ସମ୍ପର୍କରେ ସଚତନତା ସୃଷି କରିବା । କାରଣ କୃଷକ ନ ରହିଲେ କୃଷି ରହିବ ନାହିଁ । ସେଥିପାଇଁ ସରକାର କୃଷି ଓ କୃଷକର ସଶକ୍ତିକଣ ପାଇଁ ବହୁ ପ୍ରଚେଷ୍ଟା ଏବଂ ପ୍ରୋତ୍ସାହନ ଯୋଗାଉଛନ୍ତି । ବିଭିନ୍ନ ସ୍କୀମ ମାଧ୍ୟମରେ କୃଷକ ମାନଙ୍କୁ କୃଷି ପ୍ରତି ଉତ୍ସାହିତ କରୁଛନ୍ତି । କୃଷିର ଉନ୍ନତି ପାଇଁ କୃଷି ବିଶ୍ଵ ବିଦ୍ୟାଳଗୁଡିକରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ସହ ଦେଶର କୃଷକ ମାନଙ୍କୁ କୃଷିକାର୍ଯ୍ୟରେ ଉତ୍ସାହିତ କରିବା ନିହାତି ଆବଶ୍ୟକ । ତେଣୁ ଆଧୁନିକ ପ୍ରଣାଳୀରେ କିପରି ଉନ୍ନତମାନର କୃଷି କରାଯାଇ ଅଧିକ ଉତ୍ପାଦନ କରାଯାଇପାରିବ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ କୃଷିକୁ ବ୍ୟବସାୟିକ ଦିଗରେ ଲଗାଇ କିପରି ଜଣେ ବ୍ୟକ୍ତି ସ୍ୱଚ୍ଛଳ ଜୀବନଯାପନ କରିପାରିବ , ସେପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ । ତେଣୁ କୃଷକମାନଙ୍କ ପରିସ୍ଥିତିରେ ସୁଧାର ଅଣାଯାଇପରିଲେ, ଦେଶର କୃଷି କ୍ଷେତ୍ର ରେ ନିଶ୍ଚିତ ଉନ୍ନତି ହୋଇପାରିବ ଏଥିରେ ସନ୍ଦେହ ନାହିଁ।

nano urea

ଜୟ ଯବାନ…. ଜୟ କିସାନ…..

Leave A Reply

Your email address will not be published.

17 + 12 =