ମିଲେଟ ମିଶନର ସଫଳତା ଦିଗରେ ସରକାରଙ୍କ ଅଭିନବ ପ୍ରୟାସ

0

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ମିଲେଟ୍ (କ୍ଷୁଦ୍ର ଖାଦ୍ୟ ଶସ୍ୟ) ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ଓ ଖାଦ୍ୟ ଥାଳିରେ କ୍ଷୁଦ୍ର ଶସ୍ୟର ପୁନରୁଦ୍ଧାର ପାଇଁ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ‘ଓଡ଼ିଶା ମିଲେଟ୍ ମିଶନ୍’। ବର୍ତ୍ତମାନ ରାଜ୍ୟର ୧୪ଟି ଜିଲ୍ଲାର ୭.୬ଟି ବ୍ଲକରେ ୧୪ଶହ ୭୨ଟି ଗ୍ରାମପଞ୍ଚାୟତରେ କ୍ଷୁଦ୍ର ଶସ୍ୟ ଚାଷ କରାଯାଉଛି । ଏଥିରୁ ୧ଲକ୍ଷ ୬ହଜାର ଚାଷୀ ଉପକୃତ ହେଉଛନ୍ତି । ଏହି ମିଲେଟ୍ ମିଶନ୍ ମାଧ୍ୟମରେ ଗ୍ରାମୀଣ ମହିଳାଙ୍କ ସହିତ ସହରାଞ୍ଚଳ ମହିଳା ମଧ୍ୟ ରୋଜଗାରକ୍ଷମ ହୋଇପାରୁଛନ୍ତି। ଏହି ମିଲେଟ୍‌ ମିଶନ୍‌କୁ ରାଜ୍ୟବ୍ୟାପୀ ସଫଳ କରିବା ପାଇଁ ସରକାର ଆଉ ଏକ ପାଦ ବଢ଼ାଇଛନ୍ତି। ରାଜ୍ୟର ପ୍ରଥମଥର ପାଇଁ ରାଜଧାନୀ ଭୁବନେଶ୍ଵରରେ ମିଲେଟ୍ ପ୍ରୋସେସିଂ ଯୁନିଟ୍ ହେବା ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ମିଲେଟ୍ ମିଶନ୍ ଏବଂ ଵରମୁଣ୍ଡା ସ୍ଥିତ ତ୍ରିଶକ୍ତି ମହିଳା ପରିଷଦ ମଧ୍ୟରେ ଚୁକ୍ତି କରାଯାଇଛି। ପ୍ରୟାସ ସଫଳ ହେଲେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ପ୍ରୋସେସିଂ ୟୁନିଟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି।

nano urea

କ୍ଷୁଦ୍ର ଶସ୍ୟ ଜାତୀୟ ଖାଦ୍ୟସାମଗ୍ରୀ ମାଣ୍ଡିଆ, ସୁଆଁ ଆଦିକୁ ଏହି ୟୁନିଟ ମାଧ୍ୟମରେ ପ୍ରୋସେସିଂ କରାଯାଇ ବିଭିନ୍ନ ଜିଲ୍ଲାକୁ ପଠାଇବାର ବ୍ୟବସ୍ଥା କରାଯିବ। ଗୋଟିଏ ମେସିନ୍‌ରେ ଧୂଳିମଳି ବାହାର କରିବାଠାରୁ ଆରମ୍ଭ କରି ଚୋପା ବାହାର କରି ସଫା କରା‌ଯାଇପାରିବ ଏହାସହିତ ଏହି କ୍ଷୁଦ୍ର ଖାଦ୍ୟ ଶସ୍ୟ କମ୍ ପ୍ରୋସେସିଂ ନ କରାଯାଇ ପ୍ୟାକେଟିଂ ମଧ୍ୟ କରାଯିବ। ଏହି ପ୍ରୋସେସିଂ ୟୁନିଟ୍ ଯୋଗୁଁ ଆହୁରି ଅଧିକ ମହିଳା ରୋଜଗାରକ୍ଷମ ହୋଇପାରିବେ ପ୍ରଥମ ପର୍ଯ୍ୟାୟରେ ତ୍ରିଶକ୍ତି ମହିଳା ପରିଷଦ ଅଧିନରେ ୨ଟି ଏସଏଚଜି ଗ୍ରୁପ୍ ର ୨୦ଜଣ ମହିଳାଙ୍କୁ ନେଇ ଆରମ୍ଭ କରାଯିବ । ଏହାପରେ ମହିଳାମାନେ ଘରେ ବସି ମାଣ୍ଡିଆରୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ତିଆରି କରି ବିକ୍ରି କରିବାର ସୁଯୋଗ ପାଇପାରିବେ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ପରିଷଦକୁ ୮ଲକ୍ଷ ଟଙ୍କାର ଏକ ମେସିନ୍ ପ୍ରଦାନ କରାଯିବ। ଖୁବ୍ ଶୀଘ୍ର ମେସିନ୍ ଆସିବା ପରେ ମହିଳାମାନଙ୍କୁ ଏଥିପାଇଁ ଟ୍ରେନିଂ ଦିଆଯିବ। ଏହି ପ୍ରୋସେସିଂ ୟୁନିଟ୍ ପାଇଁ ଵରମୁଣ୍ଡାସ୍ଥିତ ପରିଷଦର କାର୍ଯ୍ୟାଳୟରେ ଏକ ନିଜସ୍ଵ ଗୃହ ମଧ୍ୟ ନିର୍ମାଣ ହୋଇସାରିଛି। ମହିଳାମାନେ ନିଜେ କ୍ଷୁଦ୍ର ଖାଦ୍ୟ ଶସ୍ୟ କିଣି ଅନ୍ୟ ଜିଲ୍ଲାମାନଙ୍କୁ ପଠାଇବାର ବ୍ୟବସ୍ଥା କରାଯାଉଛି। ଫଳରେ ମିଲେଟ୍‌ ଜାତୀୟ ଖାଦ୍ୟ ସାମଗ୍ରୀର ଚାହିଦା ବଢିବା ସହ ଅଧିକ ଲୋକାବୃତ ହୋଇପାରିବ ବୋଲି ତ୍ରିଶକ୍ତି ମହିଳା ପରିଷଦର ସଭାପତି ସଂଯୁକ୍ତା ଗୁଡିୟା କହିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ଖୋର୍ଦ୍ଧାରୁ ଏହା ଆରମ୍ଭ କରାଯାଉଛି। ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାମାନଙ୍କରେ ଏହି ୟୁନିଟକୁ ବଢାଇବା ପାଇଁ ଚିନ୍ତା କରାଯିବ। ମିଲେଟ୍‌ର ପ୍ରୋସେସିଂ ପରେ ସେଥିରୁ ମାଣ୍ଡିଆ ଲଡ୍ଡୁ , ମିଶ୍ଚର୍, ପିଠା ଆଦି ଭଳି ଖାଦ୍ୟ ପ୍ରସ୍ତୁତ କରାଯିବ । ମିଲେଟ୍ ମିଶନ୍ ମାଧ୍ୟମରେ ଚାଷୀଙ୍କ ସହିତ ମହିଳାଙ୍କୁ ଅଧିକ ପ୍ରୋସାହିତ କରାଯିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେ ନିଆଯାଇଛି । ପୂର୍ବରୁ ଓଡ଼ିଶା ମିଲେଟ୍‌ ମିଶନ୍‌ରୁ ଟ୍ରେନିଂ ନେଇ ମିଶନ୍ ଶକ୍ତି ଦ୍ଵାରା ସଫ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦେଇ ଅତ୍ୟାଧୁନିକ ପ୍ରଣାଳୀରେ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା, ଯାହା କି ଓଡ଼ିଶାରେ ପ୍ରଥମ । ଏହି ମିଶନ୍‌ଙ୍କୁ ଆଉ କିଛି ପାଦ ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହେବାକୁ ଯାଉଛି।

Leave A Reply

Your email address will not be published.

five × 5 =