‘ଗୋ-ସୁଗମ’ ରୁ ଉଠାନ୍ତୁ ଲାଭ!!!

0

ବର୍ତ୍ତମାନ ସମୟରେ କୃଷି ଉଦ୍ୟୋଗ ଚାଷୀ ତଥା ଯୁୂବକ ମାନଙ୍କ ପାଇଁ ଏକ ନୂଆ ସମ୍ଭାବନା । ଓଡ଼ିଶାର ଅନେକ ଚାଷୀ କୁହନ୍ତୁ ଅବା ଗାଁ ମାନଙ୍କରେ ଶିକ୍ଷିତ ଯୁବକ ଅବା ସାଧାରଣ ଜନତାଟେ ଏବେ କୃଷି ଉଦ୍ୟୋଗ ଆରମ୍ଭ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କଲେଣି । ଏସବୁକୁ ଆଖି ଆଗରେ ରଖି ରାଜ୍ୟ ସରକାରଙ୍କ ଗୋ ସୁଗମ ନାମରେ ଏକ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । କୃଷି ଉଦ୍ୟୋଗୀ ମାନଙ୍କ ପାଇଁ ଏହା ଏକକ ୱିଣ୍ଡୋ ପୋର୍ଟାଲ । ଏଥିରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରମାନଙ୍କରେ ପାଖାପାଖି ୩୫ଟି ରୁ ଅଧିକ ଯୋଜନା ରହିଛି । ଏତଦବ୍ୟତୀତ ଏହାକୁ ସହଜ ତଥା ସୁବିଧା କରିବା ପାଇଁ ତଥା ସ୍ୱଚ୍ଛତାକୁ ଲକ୍ଷ୍ୟ କରି ହିତାଧିକାରୀଙ୍କ ସ୍ଥିତି ସମ୍ବନ୍ଧରେ ସୂଚନା ମିଳିପାରିବାର ସୁବିଧା ରହିଛି । ଚାଷୀ ମାନେ ସହଜରେ(( https://sugam.odisha.gov.in/)ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ରାଜ୍ୟ ସରକାରଙ୍କ ଏପରି ବିକାଶମୂଳକ ଯୋଜନା ପାଇଁ ଆଜି ଚାଷୀ ନିଜ ଘରେ ବସି ବିଭିନ୍ନ ଯୋଜନାର ଲାଭ ନେଇ ପାରୁଛି । କୃଷିର ବିକାଶ ଲକ୍ଷ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ ସବୁବେଳେ ପ୍ରଶଂସନୀୟ ।

Leave A Reply

Your email address will not be published.

3 × 5 =