ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମିଶନ୍‌ ଶକ୍ତିର ମହିଳାଗଣ

0

ମିଶନ୍‌ ଶକ୍ତି ଏବେ ସବୁଆଡେ଼ ସଫଳତାର କଥା କହୁଛି । ସ୍ୱାବଲମ୍ବନର ବାର୍ତ୍ତା ଆଜି ଘରେ ଘରେ ପହଁଚିଛି । ଉଦ୍ୟୋଗ ଆଜି ଶୀର୍ଷ ସ୍ଥାନରେ ଉପନୀତ ହୋଇଛି । ଗତକାଲି ଗଂଜାମ , ବାଲେଶ୍ୱର, ପୁରୀ ଓ ମୟୂରଭଂଜ ଜିଲ୍ଲାର ମିଶନ ଶକ୍ତିର ମହିଳା ମାନେ ମାନ୍ୟବାର ମୁଖ୍ୟମନ୍ତ୍ରୀଙ୍କ ଭେଟିବା ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି । ଆଜି ମା’ ମାନେ କେବଳ ପଲ୍ଲୀ ଠାରୁ ଦିଲ୍ଲୀ ନୁହେଁ ବରଂ ଦେଶ ବିଦେଶରେ ଯାତ୍ରା କରି ନିଜ ଉଦ୍‌ୟୋଗର କଥା ପହଁଚାଇଛନ୍ତି । ଆଉ ଆମ ମା’ ମାନଙ୍କୁ ଆଜି ଶକ୍ତି ଯୋଗାଉଛି ମିଶନ୍‌ ଶକ୍ତି । ରାଜ୍ୟ ସରକାରଙ୍କ ଏକ ବିକଶିତ ପରିକଳ୍ପନା ହେଉଛି ମିଶନ ଶକ୍ତି । ଯେଉଁଠାରେ ମା’ ମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମିଶନଶକ୍ତି ମାଧ୍ୟମରେ ମା’ ମାନେ ସ୍ୱାବଲମ୍ବୀ ହେବା ସହ ପରିବାର ପ୍ରତିପୋଷଣ କରିପାରୁଛନ୍ତି । ରାଜ୍ୟସରକାରଙ୍କ ଏହି ଯୁଗାନ୍ତକାରୀ ପଦକ୍ଷେପ ଆଜି ସଫଳତାର ମହକ ବୁଣୁଛି ।

nano urea

ସୋ÷ : ମିଶନ୍‌ ଶକ୍ତି

Leave A Reply

Your email address will not be published.

2 × 5 =