ମକାଚାଷୀଙ୍କ ପାଇଁ ଆଶୀର୍ବାଦ ସାଜିଛି ‘ ମୁଖ୍ୟମନ୍ତ୍ରୀ ମକା ମିଶନ ‘

0

  ନବରଙ୍ଗପୁର ଜିଲ୍ଲାର ମକା ଚାଷୀ ଏଣିକି ଅଭାବୀ ବିକ୍ରିରୁ ମୁକ୍ତି ପାଇବେ। ମକା ଚାଷ ଓ ଚାଷୀର ଉନ୍ନତି ପାଇଁ ବଜାର ବ୍ୟବସ୍ଥା ସହିତ ପ୍ରକ୍ରିୟାକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକା ମିଶନ ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଓରମସ କାର୍ଯ୍ୟାଳୟରେ ଆୟୋଜିତ ରାଜ୍ୟସ୍ତରୀୟ କ୍ରେତ-ବିକ୍ରେତା ସମ୍ମିଳନୀରେ ଚଳିତ ବର୍ଷ ୭୦ ହଜାର ଟନ ବିକ୍ରୀ ପାଇଁ ୨ଟି କମ୍ପାନୀ ସହ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ଆନ୍ଧ୍ରପ୍ରଦେଶ ବିଜୟନଗରର ବାୟୋଟେକ୍ ଏବଂ ବିହାର ପାଟନାର ତିହାଟ ସଂସ୍ଥା ସହିତ ଚୁକ୍ତି ସ୍ବାକ୍ଷର କରାଯାଇଛି।
      କାର୍ଯକ୍ରମରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପ୍ରମୁଖ ଶାସନ ସଚିବ ସଚିନ କୁମାର ଲୋହନି, ଓରମାସ ସିଇଓ ଗୁହା ପୁନମ୍ ତାପସ କୁମାର, ନବରଙ୍ଗପୁର ଜିଲ୍ଲାପାଳ ଡ. କମଳଲୋଚନ ମିଶ୍ର, ଓରମାସ ଉପମୁଖ୍ୟ ନିର୍ବାହୀ ଅଧିକାରୀ ଏ. ଉମା ମହେଶ ପ୍ରମୁଖ ଉପସ୍ଥିତ ଥିଲେ। ସେଭଳି ୭ଟି ବିଭିନ୍ନ କମ୍ପାନୀର କର୍ମକର୍ତ୍ତା ଓ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।ଏହି ଅବସରରେ ୫ ବର୍ଷ ଭିତରେ ଜିଲ୍ଲାରେ ୨ଲକ୍ଷ ଟନ୍ ମକା କାରବାର ପାଇଁ ଲକ୍ଷ୍ୟ ରହିଛି। ବାୟୋଟେକ କମ୍ପାନୀ ୬୦ହଜାର ଟନ୍ ମକା କିଣିବାକୁ ଚୁକ୍ତି ସ୍ବାକ୍ଷର କରିଥିବା ବେଳେ ତିହଟ କମ୍ପାନୀ ବାକି ୧୦ ହଜାର ଟନ୍ ମକା କିଣିବ ବୋଲି ସ୍ବାକ୍ଷର କରିଛି।
     ନବରଙ୍ଗପୁର ଜିଲ୍ଲାର ମକାଚାଷୀଙ୍କ ପାଇଁ ଆଶୀର୍ବାଦ ସାଜିଛି ‘ ମୁଖ୍ୟମନ୍ତ୍ରୀ ମକା ମିଶନ ‘ କାର୍ଯ୍ୟକ୍ରମ। ଏଣିକି ସେମାନେ ନିଜର ଉତ୍ପାଦିତ ମକା ସିଧାସଳଖ ବଡ଼ ଘରୋଇ ସଂସ୍ଥାକୁ ଉଚିତ ଦରରେ ବିକ୍ରି କରିପାରିବେ। ଏପରିକି ଅମଳ ମକା ସଂଗ୍ରହ, ଷ୍ଟୋରେଜ ଏବଂ ପରିବହନ ଆଦି ଦିଗ ପ୍ରତି ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯିବ। ଏଥିସହ ମକା ଚାଷୀମାନେ ଉପକୃତ ହେବା ସହ ଲାଭବାନ ମଧ୍ୟ ହୋଇପାରିବେ।

Leave A Reply

Your email address will not be published.

eighteen + seven =