ଆନ୍ତର୍ଜାତିକ ସମ୍ମିଳନୀରେ ପ୍ରଦର୍ଶିତ ହେବ ମିଲେଟ ସଫଳତାର କାହାଣୀ

0

ରାଜ୍ୟରେ ମାଣ୍ଡିଆ ପାଇଁ ଆଦର ଏବେ ବଢ଼ିବାରେ ଲାଗିଛି । ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ଏହି ଉପକ୍ରମରେ ଓଡ଼ିଶାରେ ଆସନ୍ତା ନଭେମ୍ବର ୯ ଓ ୧୦ ରେ ଆନ୍ତର୍ଜାତିକ ସମ୍ମିଳନୀ କରାଯିବାକୁ ସ୍ଥିର ହୋଇଛି । ଏହା ମାଧ୍ୟମରେ ମାଣ୍ଡିଆର ଉପକାରିତା ଓ ଗୁଣବତ୍ତା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ଓଡ଼ିଶା ମିଲେଟ ମିଶନର ସଫଳତାର କାହାଣୀ ପ୍ରଦର୍ଶିତ କରାଯିବାର ଯୋଜନା ରହିଛି । ଏହାକୁ କିପରି ସଫଳତାର ସହ ଆୟୋଜନ କରାଯିବ ଓ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ , ସେ ଦିଗରେ କାର୍ଯ୍ୟ କରାଯିବ ବୋଲି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ମଙ୍ଗଳବାର କୃଷି ଭବନ ଠାରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ସମୀକ୍ଷା କରିଛନ୍ତି । ମିଲେଟ ଚାଷର କାହାଣୀ ଓ ଗାଥା ଲୋକଙ୍କ ପାଖରେ ପହଁଚିବା ଉପରେ ଆଲୋଚନା କରାଯାଇଥିଲା । ଟିଭି ଚ୍ୟାନେଲ ମାନଙ୍କରେ ମିଲେଟ ସମ୍ବନ୍ଧିତ ଆଲୋଚନାଚନକ୍ରର ଆୟୋଜନ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଏହି ସମ୍ବଳନୀରେ ବିଭିନ୍ନ ରାଜ୍ୟର କୃଷି ସଚିବ ମାନଙ୍କୁ ଆମନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଡ଼ଃ ଅରବିନ୍ଦ ପାଢ଼ୀ , ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୋ÷ଧୁରୀ , ଫିକିର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

three + 19 =