ସ୍ୱାସ୍ଥ୍ୟ ଗଠନରେ ମାଣ୍ଡିଆର ଭୂମିକା

0

ବନ୍ଧୁଗଣ , ଆପଣମାନେ ମାଣ୍ଡିଆ ବିଷୟରେ ପିଲାଟି ଦିନରୁ ଶୁଣିଥ୍‌ôବେ , ଏଥିରେ ଦ୍ୱିମତ ନାହିଁ । କିନ୍ତୁ ମାଣ୍ଡିଆ ପ୍ରତି ଯେଉଁ ଭାବନା ୧୫-୨୦ବର୍ଷ ତଳେ ଥିଲା ଆଜି ସେଥିରେ ଆକାଶ ପାତାଳ ତଫାତ୍‌ । ଆଜି ମାଣ୍ଡିଆ କେବଳ ଏକ ଲଘୁଶସ୍ୟ ନୁହେଁ , ଏହା ଏକ ମିଶନ । ରାଜ୍ୟସରକାରଙ୍କ କୃଷି ବିଭାଗ ଠାରୁ ଆରମ୍ଭ କରି ଓଡ଼ିଶା ମିଲେଟ ମିଶନ ଏ ଦିଗରେ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବେ ଘୋଷଣା କରାଯିବା ସହ ନଭେମ୍ବର ୧୦କୁ ମାଣ୍ଡିଆ ଦିବସ ଭାବେ ପାଳନ କରାଯାଇଥିଲା । ଏବେ ମାଣ୍ଡିଆ ପାଇଁ ଆକାଂକ୍ଷା ଆଉ ଉତ୍କଣ୍ଠା । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ ଖାଦ୍ୟ ମନେୁରେ ମାଣ୍ଡିଆକୁ ସାମିଲ କରିବାକୁ ମନ ବଳାଇଛନ୍ତି । କେବଳ ସେତିକି ନୁହେଁ ରାଜ୍ୟ ସରକାରଙ୍କ ତରଫରୁ ମାଣ୍ଡିଆର ଭୂ ପ୍ରଜାତି ଜାରି କରିବାରେ ଦେଶର ପ୍ରଥମ ରାଜ୍ୟ ଓଡ଼ିଶା । ୧୬୩ଟି ଭୂପ୍ରଜାତିର ଚିହ୍ନଟକରଣ କରାଯିବା ସହ ଏ ଦିଗରେ ବେଶ ତତ୍ପର ଭାବେ କାମ କରୁଛନ୍ତି ରାଜ୍ୟ ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କୃଷି ଓ କୃଷକର ବିକାଶ ଆଭିମୁଖ୍ୟକୁ ନେଇ ଏହି ମିଲେଟ ମିଶନ ଆଗାମୀ ଦିନର ସଫଳତାର ତୂର୍ଯ୍ୟନାଦ କରିବ ।
ମାଣ୍ଡିଆ ଆମ ସ୍ୱାସ୍ଥ୍ୟ ଓ ଜୀବନଧାରଣ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏଥିରେ ଫାଇବର, କ୍ୟାଲସିୟମ୍‌, ମିନେରାଲ୍ସ ଏବଂ ଆଇରନ୍‌ ଥାଏ । ଏହା ଗ୍ଲୁଟେନ୍‌ ମୁକ୍ତ ଅଟେ ଯାହାକି ବ୍ଲଡ୍‌ ଗ୍ଲୁକୋଜକୁ ନିୟନ୍ତ୍ରଣ କରେ । ଚାଉଳ ଏବଂ ଗହମ ତୁଳନାରେ ଏହାର ପୁଷ୍ଟିକର ମୂଲ୍ୟ ଅଧିକ । ମିଲେଟମାନଙ୍କୁ ଚମତ୍କାର ଶସ୍ୟ ବା ଆଶ୍ଚର୍ଯ୍ୟଜନକ ଶସ୍ୟ କୁହାଯାଏ । ଏହା ଓଜନ ହ୍ରାସ, ମଧୁମେହ ଏବଂ ହୃଦ୍‌ ରୋଗୀ ଖୋଜୁଥିବା ଲୋକଙ୍କ ପାଇଁ ଏହା ଏକ ସର୍ବଶ୍ରେଷ୍ଠ ଖାଦ୍ୟ ।
ଯେହେତୁ ମାଣ୍ଡିଆ କ୍ଷାରଯୁକ୍ତ ହୋଇଥାଏ,ତେଣୁ ଏହା ସହଜରେ ହଜମ ହୋଇପାରେ । ମାଣ୍ଡିଆ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରେ, ରକ୍ତଚାପ ହ୍ରାସ କରେ ଏବଂ ଏହା ଶରୀରର କୋଷ ଏବଂ ଟିସୁର ବିକାଶ ଏବଂ ମରାମତିରେ ସାହାଯ୍ୟ କରେ । ବିଶେଷକରି ମହିଳାମାନଙ୍କ ପାଇଁ ଏହା ଟାଇପ୍‌-୨ ଡାଇବେଟିସ୍‌ ହେବାର ଆଶଙ୍କା କମ୍‌ କରିବାରେ ସାହାଯ୍ୟ କରେ । ଏହାର ଉଚ୍ଚ ଅବିସ୍ମରଣୀୟ ଫାଇବର ଗାଲଷ୍ଟୋନ ଗଠନକୁ ରୋକିବାରେ ସାହାଯ୍ୟ କରେ । ମିଲେଟସ୍‌ ଖାଉଥିବା ପ୍ରି-ମେନୋପାଜାଲ୍‌ ମହିଳାମାନଙ୍କର ସ୍ତନ କର୍କଟ ହେବାର ଆଶଙ୍କା କମିଯାଏ ।
ମିଲେଟରେ ମ୍ୟାଗ୍‌ନେସିୟମ୍‌ ପରି ଖଣିଜ ପଦାର୍ଥ ମାଇଗ୍ରେନ୍‌ ଏବଂ ହୃଦଘାତର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରେ ଏହା ଜଣ୍ଡିସ୍‌ ନିୟନ୍ତ୍ରଣ କରିଥାଏ । କମ୍‌ ଶର୍କରା କାରଣରୁ ଏହାର ଅପେକ୍ଷାକୃତ କମ୍‌ ଗ୍ଲାଇସେମିକ୍‌ ଇଣ୍‌ଡେକ୍ସ ଅଛି । ତେଣୁ ସ୍ୱାସ୍ଥ୍ୟ ଗଠନ ଦିଗରେ ମାଣ୍ଡିଆର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ।

Leave A Reply

Your email address will not be published.

fifteen − two =