ଚାଷୀଙ୍କ ପାଖରେ ପହଞ୍ଚିଲା କାଳିଆ ସହାୟତା ରାଶି

ନୂଆଁଖାଇର ପବିତ୍ର ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ଯର ଚାଷୀଙ୍କୁ ‘କାଳିଆ’ ଯୋଜନା ସହାୟତା ରାଶି ପ୍ରଦାନ କରିଛନ୍ତି। ଚଳିତ ବର୍ଷର ରବି ଫସଲ ପାଇଁ ୪୪.୫୬ ଲକ୍ଷ ଚାଷୀ ପରିବାର ଏହି ସହାୟତା ରାଶି ପାଇଛନ୍ତି। ରାଜ୍ଯର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ କୃଷକ ପରିବାରଙ୍କ ବ୍ଯାଙ୍କ ଖାତାକୁ ସିଧାସଳଖ ₹୨,୦୦୦ ଲେଖାଏଁ ମୋଟ ₹୯୦୦ କୋଟିର ସହାୟତା ଦିଆଯାଇଛି। ବର୍ତ୍ତମାନସୁଦ୍ଧା ‘କାଳିଆ’ ଯୋଜନାରେ ରାଜ୍ୟର ଚାଷୀମାନଙ୍କୁ ମୋଟ ₹୧୨,୫୦୦ କୋଟିର ସହାୟତା ପ୍ରଦାନ କରାଯାଇଛି। ଏଥିସହ ଏହି ଯୋଜନାରେ ଛାତ୍ରବୃତ୍ତି ପାଇ ଚାଷୀଙ୍କ ପିଲାମାନେ ଉଜ୍ଜ୍ଵଳ ଭବିଷ୍ୟତ ଗଠନ ଦିଗରେ ଆଗକୁ ବଢନ୍ତୁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ‘ମୁଁ ଚାହେଁ ରାଜ୍ଯର ଚାଷୀ ସମ୍ମାନର ସହ, ସ୍ୱାଭିମାନର ସହ ବଞ୍ଚନ୍ତୁ। ବିକାଶର ସୁଫଳରେ ସେମାନେ ସାମିଲ ହୁଅନ୍ତୁ। କୃଷି ପାଇଁ ରାଜ୍ୟ ସରକାର ବହୁତ ଯୋଜନା କରିଛନ୍ତି। ଚାଷୀମାନେ ଏହାର ସୁଯୋଗ ନେଇ ଓଡ଼ିଶାକୁ କୃଷି କ୍ଷେତ୍ରରେ ଏକ ସମୃଦ୍ଧ ରାଜ୍ୟ ଭାବେ ଗଢ଼ିବା ପାଇଁ ଆଗେଇ ଆସନ୍ତୁ। ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ୫ଟି ସଚିବ ଶ୍ରୀ ଭି କେ ପାଣ୍ଡିଆନ, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, କୃଷି ବିଭାଗ ର ଶାସନ ସଚିବ ଡଃ ଅରବିନ୍ଦ ପାଢୀ, ସମବାୟ ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ, କୃଷି ନିର୍ଦ୍ଦେଶକ ଶ୍ରୀ ପ୍ରେମ ଚାନ୍ଦ ଚୌଧୁରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ଜିଲ୍ଲାର ଅଧିକାରୀ ଓ ହିତାଧିକାରୀମାନେ ଭିଡ଼ିଓ କନଫରେନ୍ସ ଜରିଆରେ ଯୋଡ଼ି ହୋଇଥିଲେ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×