ଆଖୁ ଚାଷୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ପ୍ୟାକେଜ

0

ଦେଶରେ ମୁଣ୍ଡ ଟେକିଥିବା ଚାଷୀ ଆନ୍ଦୋଳନ କୁ ସମୀକ୍ଷା କରି କେନ୍ଦ୍ର ସରକାର ଆଖୁ ଚାଷୀ ମାନଙ୍କ ହିତାର୍ଥେ ପ୍ରାୟ ୩୫୦୦ କୋଟି ଟଙ୍କାର ସବସିଡି ଘୋଷଣା କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଦେକର ଏହି ତଥ୍ୟ ପ୍ରକାଶ କରିଛନ୍ତି। ସବସିଡି ବାବଦ ର ସମସ୍ତ ଅର୍ଥ ସିଧସଳଖ ଚାଷୀ ମାନଙ୍କ ବ୍ୟାଙ୍କ ଖାତା କୁ ଯିବାର ବ୍ୟବସ୍ଥା କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି।ଚଳିତ ଚିନି ବ୍ୟବସାୟ ବର୍ଷରେ ଭାରତ ପ୍ରାୟ ୬୦ଲକ୍ଷ ଟନ ଚିନି ବିଦେଶ କୁ ରପ୍ତାନି କରିବ। ଚାହିଦା ରୁ ଉତ୍ପାଦନ ଅଧିକ ହୋଇଥିବାରୁ ଯେଉଁ ଚାଷୀ ମାନେ କ୍ଷତି ର ସମ୍ମୁଖୀନ ହେଉଥିଲେ ରପ୍ତାନି ଦ୍ଵାରା ସେମାନେ ନିଜର କ୍ଷତିପୂରଣ ପାଇପାରିବେ। ଡ. ଯାବଦେକର ଆହୁରି ମଧ୍ୟ କହିଛନ୍ତି , ଆନ୍ତଃ ରାଜ୍ୟ ପରିବହନ ଓ ବିତରଣ ବ୍ୟବସ୍ଥା କୁ ସୁଦୃଢ କରିବା ପାଇଁ ୬ ଟି ରାଜ୍ୟ ପାଇଁ ଉତ୍ତର ପୂର୍ବାଞ୍ଚଳ ପାୱାର ସିଷ୍ଟମ ଉନ୍ନତ ପ୍ରକଳ୍ପ ର ସଂଶୋଧିତ ମୂଲ୍ୟ ଆକଳନ କୁ କ୍ୟାବିନେଟ୍ କମିଟି ଅନୁମୋଦନ କରିଛି। ପୂର୍ବରୁ ଭାରତ ରେ ୩୧୦ ନିୟୁତ ଟନ୍ ଚିନି ଉତ୍ପାଦନ ହେଉଥିବା ବେଳେ ଚାହିଦା ମାତ୍ର ୨୬୦ ଲକ୍ଷ ଟନ ଥିଲା।ଏଣୁ ଏହି ଯୋଜନା ଦ୍ୱାରା ଚିନି ରପ୍ତାନି ଉପରେ ଧ୍ୟାନ ଦିଆଯିବା ସହ ଚାଷୀ ମାନଙ୍କୁ ମଧ୍ୟ ନିଜର କ୍ଷତିପୂରଣ କରିବାର ସୁଯୋଗ ମିଳିବ।କେନ୍ଦ୍ର ସରକାର ଙ୍କ ଏହି ନିଷ୍ପତ୍ତି ପ୍ରାୟ ୫କୋଟି ଆଖୁ ଚାଷୀ ଏବଂ ଚିନି ମିଲ ଗୁଡ଼ିକ ରେ କାମ କରୁଥିବା ପ୍ରାୟ ୫ ଲକ୍ଷ କର୍ମଚାରୀ ମାନଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ପ୍ରସ୍ତାବ ଅଟେ। ଚାଷୀ ଆନ୍ଦୋଳନ ସମୟରେ ଏପରି ପଦକ୍ଷେପ ଆଖୁ ଚାଷୀ ମାନଙ୍କ ପାଇଁ ଏକ ଆଶ୍ୱସ୍ତି ର ବାର୍ତ୍ତା।

Leave A Reply

Your email address will not be published.

nine − three =