ଜନତା ମଇଦାନ ଠାରେ ଆୟଜିତ ହେବାକୁ ଯାଉଛି ‘କୃଷି ଓଡ଼ିଶା -୨୪’

0

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ୧୨ ଜାନୁଆରୀ ରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଭୁବନେଶ୍ଵରର ଜନତା ମଇଦାନ ଠାରେ ‘କୃଷି ଓଡିଶା-୨୪’ ଆୟୋଜନ କରାଯାଉଛି । କୃଷି ଭବନରେ ଆୟୋଜିତ ଏକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମ ର ବିଷୟ ରହିଛି ‘କୃଷି ପ୍ରଗତିରେ ମହିଳା’ ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୃଷି ଏବଂ ଏହି ସମ୍ବନ୍ଧିତ କ୍ଷେତ୍ରରେ ମହିଳା ମାନଙ୍କ ଯୋଗଦାନକୁ ପ୍ରଶଂସା କରିବା । ମହିଳା କୃଷକ, ସ୍ଵଂୟ ସହାୟକ ଗୋଷ୍ଠୀ, ମହିଳା ଉଦ୍ୟୋଗୀ, ବେପାରୀ , ସେବା ପ୍ରଦାନକାରୀ ମାନଙ୍କ ମଧ୍ୟରେ ଏକ ସମାରୋହ ହେବ । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ସହ କିପରି ସର୍ବୋତ୍ତମ ଉତ୍ପାଦ ଲାଭ କରିବା ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ବିଭିନ୍ନ କୃଷି ଭିତ୍ତିକ ସମସ୍ୟାର ସମାଧାନ ଉପରେ ବୁଝାମଣା ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟ ଶୃଙ୍ଖଳା ପରିଚାଳନାରେ ପାରସ୍ପରିକ ବିକାଶ କରିବା ଦିଗରେ ମଧ୍ୟ ଆଲୋଚନା ହେବ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦୦ ମହିଳା କୃଷକ ଏବଂ ୨୦୦୦ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଓ କୃଷି ଉଦ୍ୟୋଗୀ ଅଂଶଗ୍ରହଣ କରିବେ । ସଫଳ ମହିଳା କୃଷକ ଏବଂ ସ୍ଵଂୟ ସହାୟକ ଗୋଷ୍ଠୀ କୁ ସମ୍ମାନିତ କରାଯିବ ।

nano urea

ଏହି ୩ ଦିନିଆ କାର୍ଯ୍ୟକ୍ରମରେ ପ୍ରଦର୍ଶନୀ, ସେମିନାର, ବୈଠକ, ସାଂସ୍କୃତିକ କାର୍ଯ୍ୟକ୍ରମ, ପ୍ରଗତିଶୀଳ କୃଷକ ମାନଙ୍କୁ ସମ୍ମାନିତ, କୃଷି ଆଧାରିତ ପ୍ରଶ୍ନୋତ୍ତର ଆଦି ଆୟୋଜିତ କରାଯିବ ।

Leave A Reply

Your email address will not be published.

three × five =