ଆସନ୍ତା ୧୨ ରୁ କୃଷି ଓଡ଼ିଶା-୨୦୨୪

0

ଆସନ୍ତା ୧୨ ତାରିଖରୁ ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ମେଳା-୨୦୨୪ । ଏହାର ବିଷୟବସ୍ତୁ ରହିଛି କୃଷି ପ୍ରଗତିରେ ମହିଳା । ଏହି ତିନି ଦିନ ଧରି ହେବାକୁ ଥିବା ମେଳାରେ ବିଭିନ୍ନ କୃଷି ଉତ୍ପାଦିୟ ବିଷୟ ପରିଦର୍ଶନ ହେବା ସହ ମହିଳା ମାନଙ୍କ କୃଷି କ୍ଷେତ୍ରରେ ଯୋଗଦାନକୁ ପ୍ରତିଫଳିତ କରାଯିବ । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନ କୌଶଳର ଉପଯୋଗ ସହ କିପରି ସର୍ବୋତ୍ତମ ଉତ୍ପାଦ ଲାଭ କରିବା ଉପରେ ଆଲୋଚନା ଚକ୍ର ହେବାର କାର୍ଯ୍ୟକ୍ରମ ରହିଛି। ବିଭିନ୍ନ କୃଷି ଭିତ୍ତିକ ସମସ୍ୟାର ସମାଧାନ ଉପରେ ବୁଝାମଣା ଏବଂ କୃଷିଜାତ ଦ୍ରବ୍ୟର ମୂଲ୍ୟ ଶୃଙ୍ଖଳା ପରିଚାଳନାରେ ପାରସ୍ପରିକ ବିକାଶ କରିବା ଦିଗରେ ମଧ୍ୟ ଆଲୋଚନା ଚକ୍ର ହେବାର ଯୋଜନା ରହିଛି। ମହିଳା ମାନଙ୍କ ବିକାଶରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ଵାରା ଷ୍ଟଲ୍ ପ୍ରଦର୍ଶିତ ହେବା ସହ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୁଇଜ୍, ପ୍ରବନ୍ଧ ପ୍ରତିଯୋଗିତା କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା , କୃଷି ଷ୍ଟାର୍ଟ ଅପ, କୃଷି ଅନୁଷ୍ଠାନ ସହ ଛାତ୍ର ଛାତ୍ରୀ ଓ କୃଷକ ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

nano urea

Leave A Reply

Your email address will not be published.

6 − four =