ମହିଳା ସଶକ୍ତିକରଣ କ୍ଷେତ୍ରରେ ବାଲେଶ୍ଵର ପୁରସ୍କୃତ

0

ସ୍ବୟଂସହାୟିକା ଗୋଷ୍ଠୀର ମହିଳା ମାନଙ୍କୁ ଅଧିକ ଋଣ ଦିଆଯିବାରେ ମହିଳା ସଶକ୍ତିକରଣ କ୍ଷେତ୍ରରେ ୨୦୨୧-୨୨ ମସିହା ପାଇଁ ରାଜ୍ୟରେ ବାଲେଶ୍ଵର ଜିଲ୍ଲାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା ଭାବେ ପୁରସ୍କୃତ କରାଯାଇଛି । ଶନିବାର ଭୁବନେଶ୍ଵର ଲୋକସେବା ଭବନରେ ଏହି ପୁରସ୍କାର ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଗ୍ରହଣ କରିଛନ୍ତି । ଏଥିରେ ଏଲ୍‌ଡିଏମ୍ ବିଶ୍ଵଜିତ ଶତପଥୀ, ଜିଲ୍ଲା ମିସନଶକ୍ତି ଅଧିକାରୀ କାର୍ତ୍ତିକ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

20 + 1 =