ଦେଶୀ ବିହନ ସଂଗ୍ରହ ନିଶାରେ କୋରାପୁଟର ହର୍ଷିତା ପ୍ରିୟଦର୍ଶିନୀ

0

ସପ୍ତମ ଶ୍ରେଣର ଛାତ୍ରୀ । ହେଲେ ମନରେ ଚାଷୀ ଆଉ ଚାଷ ପାଇଁ ଅହେତୁକ ଦରଦ । ସେଇ ନିଆରାପଣକୁ ସାଥି କରି ନୂଆ କିଛି କରିବାର ଆଶାରେ ସେ ମସଗୁଲ । କୋମଳମତି ବୟସରେ ବି ତାଙ୍କ ମନ ଭିତରେ କୃଷି ପାଇଁ ଏକ ଆବେଗଭରା ସମ୍ମୋହନ ବାରିହୋଇପଡେ଼ । ସେଥିପାଇଁ ପାଠପଢ଼ା ସହିତ ବି ସେ ପାଖାପାଖି ୧୫୦ରୁ ଉଦ୍ଧ୍ୱର୍ ଧାନ ଓ ମାଣ୍ଡିଆର ଦେଶ ବିହନ ସଂରକ୍ଷଣ କରି ରଖିଛନ୍ତି । ଏସବୁ ତାଙ୍କର ନିଶା । ବିଲୁପ୍ତ ହେଉଯାଉଥିବା ଦେଶୀ ବିହନକୁ ସଂରକ୍ଷଣ କରିବା ଦିଗରେ ତାଙ୍କର ଅନନ୍ୟ ପ୍ରଚେଷ୍ଟା ସ୍ୱାଗତଯୋଗ୍ୟ । ବୟସ ସିନା କମ୍‌ ହେଲେ ମନ ଭିତରେ ଅସୁମାରୀ ଆଶା । ଆମେ କହୁଛୁ କୋରାପୁଟ ଜିଲ୍ଲା ଜୟପୁରର ସପ୍ତମ ଶ୍ରେଣୀର ଛାତ୍ର୍ରୀ ହର୍ଷିତା ପ୍ରିୟଦର୍ଶିନୀ ।

nano urea

ଦ୍ୱିତୀୟ ଶ୍ରେଣୀ ବୟସରୁ କଏନ,ଷ୍ଟାମ୍ପ୍‌ ସଂଗ୍ରହ ଆଉ ଏହା ପରେ ପରେ ପୂଜ୍ୟା ପଦ୍ମଶ୍ରୀ କମଳା ପୂଜାରୀଙ୍କ ଠାରୁ ଅନୁପ୍ରାଣିତ ହୋଇ ହର୍ଷିତା ପାରମ୍ପରିକ ବିହନ ସଂରକ୍ଷଣରେ ଆଗ୍ରହ ପ୍ରକାଶ କଲେ । ପାଖାପାଖି ୧୫୦ରୁ ଅଧିକ ଧାନ ଓ ୫୩ରୁ ଅଧିକ ମାଣ୍ଡିଆ ବିହନ ସଂରକ୍ଷଣ କରି ରଖିଚନ୍ତି ହର୍ଷିତା । ଜଳବାୟୁ ପରିବର୍ତ୍ତନ ସାଙ୍ଗକୁ କୃଷି ରେ ଦେଖାଯାଉଥିବା ଅନିୟମିତତା କୁ କିପରି ବାଦ ଦେଇ ହେବ ତଥା ବିଲୁପ୍ତ ହେବାକୁ ଯାଉଥିବା ପୁରାତନ ଦେଶ ବିହନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବା ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଚନ୍ତି । ଆଖପାଖ ଅଂଚଳର ସ୍ଥାନୟ ଚାଷୀ ମାନଙ୍କ ସହାୟତାରେ ହର୍ଷିତା ମାଣ୍ଡିଆ ଓ ଧାନ ସଂଗ୍ରହ କରିବା ନିଶାରେ ମାତିଛନ୍ତି । ପାଠପଢ଼ା ସହ ଏହି ନିଆରା କାର୍ଯ୍ୟରେ ତାଙ୍କ ପିତାଙ୍କ ସହଯୋଗ ପାଇଁ ସେ ଏସବୁ କରିପାରିଛନ୍ତି ବୋଲି କହିଛନ୍ତି । ଏହା ବ୍ୟତୀତ ହର୍ଷିତା ନିକଟରେ ଦିଲ୍ଲୀ ଠାରେ ବିଶ୍ୱ କୃଷି ସମ୍ମିଳନୀରେ ମଧ୍ୟ ତାଙ୍କ ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ସେଠାରେ ସେ ନିଜର ଏହି କାର୍ଯ୍ୟଶୈଳୀ ଏବଂ ଜୈବିକ କୃଷି ବିଷୟରେ ଆଲୋକପାତ କରିଥିଲେ । ତେବେ ଏହି ସଂରକ୍ଷଣ ମାଧ୍ୟମରେ ସେ ଚାଷୀ ମାନଙ୍କୁ ଭବିଷ୍ୟତରେ ସାହାଯ୍ୟ କରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.

18 + twenty =