ଛତୁ ଚାଷରେ କିପରି କରିବେ ବେଡ୍‌ ପ୍ରସ୍ତୁତି

0

ବେଡ଼ ପ୍ରସ୍ତୁତି – ପ୍ରସ୍ତୁତ କରାଯାଇଥିବା ଭାଡ଼ି ଉପରେ ପୂର୍ବ -ପଶ୍ଚିମ କରି ଏକ ଭାଗ ନଡ଼ା ବିଛାଇ ଦିଆଯାଏ । ଏପରି କଲେ ନଡ଼ା ଭୁସୁଡ଼ିବ ନାହିଁ । ନଡ଼ା ଉପରୁ ୫-୭ ସେମି ଛାଡ଼ି ଗୋଟିଏ ଭାଗଛତୁ ବିହନକୁ ଗୋଟି ଗୋଟି କରି ରଖାଯାଏ । ଏକ ଭାଗ ଡ଼ାଲି ଗୁଣ୍ଡକୁ ଏହି ମଂଜି ଉପରେ ସମାନ ଭାବରେ ରଖାଯାଏ । ଏହା ଛତୁ ଭାଡ଼ିର ପ୍ରଥମ ସ୍ତର । ଏହା ପରେ ପ୍ରଥମ ସ୍ତର ଉପରେ ଉତ୍ତର -ଦକ୍ଷିଣ କରି ଆଉ ଏକ ଭାଗ ନଡ଼ା ରଖାଯାଏ ଏବଂ ପୁଣି ପ୍ରଥମ ସ୍ତର ପରି ଆଉ ଏକ ଭାଗ ମଂଜି ଓ ନାଲି ଗୁଣ୍ଡକୁ ପ୍ରୟୋଗ କରାଯାଏ ।

nano urea

ଦ୍ୱିତୀୟ ସ୍ତର ଉପରେ ପୂର୍ବ ପଶ୍ଚିମ କରି ଆଉ ଏକ ଭାଗ ନଡ଼ା ରଖାଯାଏ । ଏହା ପରେ ବାକି ଥିବା ୨ ଭାଗ ବିହନ ଓ ନାଲି ଗୁଣ୍ଡକ ପ୍ରୟୋଗ କରାଯାଏ । ଏହା ଛତୁ ବେଡ୍‌ର ତୃତୀୟ ସ୍ତର । ତୃତୀୟ ସ୍ତର ଉପରେ ଉତ୍ତର – ଦକ୍ଷିଣ ଦିଗରେ ପୁଣି ଏକ ଭାଗ ନଡ଼ା ବିଛାଇଦିଆଯାଏ । ଏପରି ଭାବେ ଚାରୋଟି ସ୍ତରକୁ ନେଇ ଗୋଟିଏ ବେଡ଼ ପ୍ରସ୍ତୁତ ହୋଇଥାଏ । ଏହା ପରେ ବେଡ଼କୁ ପଲିଥିନ ଦ୍ୱାରା ଘୋଡ଼ାଇ ଦିଆଯାଏ । ବେଡ଼ ପକାଇବାର ୪-୫ ଦିନ ପରେ -ପଲିଥିନ ଟେକି ବେଡ଼ର ବତରସ୍ତରକୁ ଅନୁଧ୍ୟାନ କରି ବତର କମ୍‌ ଥିଲେ ପାଣି ସ୍ପ୍ରେ କରିପାରିବେ । ୭-୧୦ ଦିନ ବେଳକୁ ଛତୁ ନଡ଼ା ଉପରେ ସମ୍ପୂର୍ଣ୍ଣ ମାଡ଼ିଗଲେ ପଲିଥିନକୁ ବାହାର କରିଦିଆଯାଏ ।

Leave A Reply

Your email address will not be published.

1 × five =