ଚାଷ ଜମିକୁ ଜଳସେଚନ ଦିଗରେ ରାଜ୍ୟ ସରକାରଙ୍କ ଅନନ୍ୟ ପଦକ୍ଷେପ

0

ରାଜ୍ୟରେ କୃଷି ଏବେ ସମୃଦ୍ଧ ହେବା ସହ ଚାଷୀ ହେଉଛନ୍ତି ସଶକ୍ତ । ଚାଷୀ ମାନଙ୍କର ଉନ୍ନତିକୁ ଆଖି ଆଗରେ ରଖି ଚାଷ ଜମିରେ ଜଳସେଚନର ଆବଶ୍ୟକତାକୁ ପୂରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ନୂତନ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଉଛି । ଚାଷ ଜମିକୁ ସଠିକ ଭାବରେ ଜଳସେଚିତ କରାଯିବାକୁ ଆରମ୍ଭ ହୋଇଛି ବ୍ଲୁ ପ୍ରିଣ୍ଟ । ରାଜ୍ୟ ସରକାରଙ୍କ ପାର୍ବତୀଗିରି ବୃହତ ଉଠା ଜଳସେଚନ ଯୋଜନା ଚାଷୀଙ୍କ ଆବଶ୍ୟକତାକୁ ପୂରଣ କରିବାରେ ସାହାଯ୍ୟ କରୁଛି । ଏହି ଯୋଜନାରେ ଆଗାମୀ ୫ବର୍ଷ ମଧ୍ୟରେ ୧୭୦ଟି ନୂତନ ପ୍ରକଳ୍ପ ପାଇଁ ୧୦୭୦୦ କୋଟି ଟଙ୍କାରୁ ଉଦ୍ଧ୍ୱର୍ ବ୍ୟୟ ଅଟକଳ କରାଯାଇଥିବା ବେଳେ ଅତିରିକ୍ତ ୨.୬୩ ହେକ୍ଟର ଜମି ଜଳସେଚିତ କରାଯିବାର ଯୋଜନା ରହିଛି । ଏହା ଦ୍ୱାରା ଚାଷୀ ମାନଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

19 − 15 =