ତିନି ବର୍ଷ ବଢିଲା କାଳିଆ ଯୋଜନା ଅବଧି

ଚାଷୀଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ‘ କାଳିଆ ‘ ଯୋଜନାର ଅବଧିକୁ ଆହୁରି ୩ ବର୍ଷ ପର୍ଯ୍ୟନ୍ତ ବଢାଇଛନ୍ତି। ୨୦୨୪-୨୫ ରୁ ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାଳିଆ ଯୋଜନା ପାଇଁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ୧୬ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ସର୍ବାଧିକ ଫୋକସରେ ରହିଛି କୃଷି ଓ କୃଷକଙ୍କ ଆର୍ଥିକ ବିକାଶ। ଏତତବ୍ୟତିତ କାଳିଆ ଯୋଜନାର ହିତାଧିକାରୀ ଚାଷୀଙ୍କୁ ଯେ କୌଣସି ସମୟରେ ସରକାର ଆର୍ଥିକ ସହାୟତା ପ୍ରଦାନ କରିପାରିବେ।

କ୍ୟାବିନେଟରେ କାଳିଆ ଯୋଜନାକୁ ନେଇ ଆଉ ଏକ ବଡ଼ ନିଷ୍ପତ୍ତି ହୋଇଛି। ସମସ୍ତ ଯୋଗ୍ୟ ଭୂମିହୀନ କୃଷକ ପରିବାରକୁ କାଳିଆ ଯୋଜନାରେ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ଦେବେ ସରକାର। କାଳିଆ ଯୋଜନାରେ ଯୋଗ୍ୟ ଭୂମିହୀନ ଚାଷୀ ପରିବାରକୁ ତିନୋଟି କିସ୍ତିରେ ୧୨ହଜାର ୫ଶହ ଟଙ୍କା ଦିଆଯାଉଥିବା ବେଳେ ଏହି ଅତିରିକ୍ତ ଆର୍ଥିକ ସହାୟତା ସେମାନଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ। ନିର୍ବାଚନ ଘୋଷଣା ପୂର୍ବରୁ ଚାଷୀଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ କାଳିଆ ଟଙ୍କା ପହଞ୍ଚିବ।

Spread the love

Leave a Comment

Your email address will not be published. Required fields are marked *

Scroll to Top
×