ଆଇସିସି ପକ୍ଷରୁ ଅନ୍ତର୍ଜାତୀୟ ଏମଏସଏମଇ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ

0

ଆଇସିସି ପକ୍ଷରୁ ଆନ୍ତର୍ଜାତୀୟ ଏମଏସଏମଇ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଚେୟାରମେନ ଜେବି ପାଣି ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଚେୟାରମେନ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଆଗ୍ରୋ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।

ଓଡ଼ିଶାରେ କୃଷିକୁ ପ୍ରଥମ ପ୍ରାଧାନ୍ୟ ଦିଆଯାଇଛି। କୃଷି ଏକ ବଡ଼ ବ୍ୟବସାୟ, କୃଷି ଉତ୍ପାଦନ କରି ଜଣେ ଚାଷୀ ସହଜରେ ଲାଭବାନ ହେଇପାରିବ। ବର୍ଷକର ବାର ମାସ ଧାନ,ଗହମ ଏବଂ ଫୁଲ ସହ ବିଭିନ୍ନ କୃଷି ଉତ୍ପାଦନ କରିପାରିବ।

nano urea

ଯୁବ ପୀଢ଼ିମାନେ ଏଥିପ୍ରତି ଅଧିକରୁ ଅଧିକ ମନ ବଳେଇଲେ ଓଡ଼ିଶା କୃଷି ଆଗକୁ ଯାଇପାରିବ ଏବଂ କୃଷକମାନେ ଅଧିକ ଲାଭବାନ ମଧ୍ୟ ହୋଇପାରିବେ ବୋଲି ସେ କହିଛନ୍ତି।

ରବି ଏବଂ ଖରିଫ ଫସଲ ଉଭୟକୁ ନେଇ କୃଷକମାନେ କେମିତି ଅନବରତ କୃଷିରେ ଲିପ୍ତ ରହିପାରିବେ ଓ ଉତ୍ତମ ଜ୍ଞାନକୌଶଳକୁ ନେଇ କେମିତି ଚାଷକୁ ଉଚ୍ଚକୋଟୀର ବନେଇପାରିବେ ସେଥିପ୍ରତି ଧ୍ୟାନ ଦିଆଯାଇଛି। କୃଷି ସଚିବ ଏବଂ ଖାଦ୍ୟ ପ୍ରକ୍ରିୟାକରଣ କମିଟିର ମୂଖ୍ୟ ପରିଚାଳକ ଏସବୁକୁ ଉତ୍ସାହିତ କରିଛନ୍ତି। ଏହି ସମ୍ମିଳନୀ ମାଧ୍ୟମରେ ଆମଦାନୀ ଓ ରପ୍ତାନିକୁ ଅଧିକ ଧ୍ୟାନ ଦିଆଯିବା ସହ ଆନ୍ତର୍ଜାତୀୟ ଯୋଗାଯୋଗକୁ ମଧ୍ୟ ଧ୍ୟାନରେ ରଖାଯାଇଛି, ଯାହାଦ୍ଵାରା ଚାଷୀମାନେ ଉତ୍ତମ ରୋଜଗାର କ୍ଷମ ହେବା ସହ ଆନ୍ତର୍ଜାତୀୟ କ୍ଷତ୍ରରେ ଓଡ଼ିଶାର ଚାଷ ପରିଚିତ ହେଇପାରିବ।

Leave A Reply

Your email address will not be published.

5 − one =