୧.୮୪ ଲକ୍ଷ ଏକର ଜମିକୁ ମାଡ଼ିବ ପାଣି

0

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଳ୍ଲାର ବେଲଗୁଣ୍ଡା, ଧରାକୋଟ, ପାତ୍ରପୁର ଓ କୁକୁଡ଼ାଖଣ୍ଡି ବ୍ଲକ୍ ଗସ୍ତ କରିଛନ୍ତି। ସେ ବିଭିନ୍ନ ଡ୍ୟାମ, ଵ୍ୟାରେଜ୍ ଏବଂ ଜଳସେଚନ ପ୍ରକଳ୍ପ ଆଦି ପାଇଁ ୧୩୦୦ କୋଟି ଟଙ୍କାର ପ୍ରକଳ୍ପ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଜରିଆରେ ଜିଲ୍ଲାରେ ୧,୮୪,୦୦୦ ଏକର ଜମିରେ ଜଳସେଚନ ହେବ।

nano urea

ମୁଖ୍ୟମନ୍ତ୍ରୀ ଗ୍ରହଣ କରିଥିବା ପ୍ରମୁଖ ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସେ କହିଛନ୍ତି, ସମସ୍ତ ବର୍ଗରେ ସାମାଜିକ ସୁରକ୍ଷା ପେନସନକୁ ୫ଶହ ଟଙ୍କା ଲେଖାଏଁ ବୃଦ୍ଧି କରାଯାଇଛି। ଏହାଦ୍ବାରା ୫୮ ଲକ୍ଷ ହିତାଧିକାରୀ ଉପକୃତ ହେବେ।

୫- ଟି ଅଧ୍ୟକ୍ଷ ରାଜ୍ୟ ସରକାରଙ୍କ ଦ୍ଵାରା କରାଯାଇଥିବା ଉନ୍ନୟନମୂଳକ ପଦକ୍ଷେପର ହିସାବ ଦେଇଛନ୍ତି। ନୂତନ ଓଡ଼ିଶାର ବିକାଶର ବାର୍ତ୍ତା ଦେବା ସହ ଲୋକଙ୍କୁ ଭତ୍ତା ବୃଦ୍ଧି ବାବଦରେ ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଶୀଘ୍ର ଲୋକଙ୍କୁ ଆହୁରି ଖୁସି ଖବର ମିଳିବ। ସମସ୍ତେ ମିଳିମିଶି ଭଲ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବା। ଜନସାଧାରଣଙ୍କ ସହ କଥାବାର୍ତ୍ତା ସମୟରେ ପାଣ୍ଡିଆନ ବିଭିନ୍ନ ପ୍ରସଙ୍ଗରେ ଅଭିଯୋଗ ଗ୍ରହଣ କରିଛନ୍ତି। ସେ ସବୁର ଶୀଘ୍ର ସମାଧାନ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

Leave A Reply

Your email address will not be published.

thirteen − four =