ସମୟର ସାରାଂଶରେ କୃଷି

0

ଓଡିଶା କୃଷିପ୍ରଧାନ ରାଜ୍ୟ ଭାବେ ବେଶ ଜଣାଶୁଣା । ଧାନ ଫସଲରେ ଏକ ସ୍ୱତନ୍ତ୍ର ସ୍ଥାନ ସାରା ଦେଶରେ ଅକ୍ତିଆର କରିଛି ଓଡିଶା । ମୌସୁମୀ ବର୍ଷା ଉପରେ ଚାତକ ପରି ଅନେଇ ବସେ ଚାଷୀ । ବର୍ଷା ଆସିଲେ ଚାଷଜମି କର୍ଷଣ ହେବ , ହଳକର୍ଷିତ ଭୂମିରେ ଦେଖାଦେବ ଜଳର ସମାହାର । ମାଟିରୁ ଆସେ ବାସ୍ନା । କୃଷକର ମନରାଇଜ ଆନନ୍ଦରେ ନାଚିଉଠେ । ବିପିତ ବିହନ ଗଜାମେଲେ ଆଉ ଆରମ୍ଭ ହୁଏ ବୁଣାବେଉଷଣାର ପର୍ବ ତେବେ ଏହିସବୁ ଭିତରେ ଅତିବୃଷ୍ଟି କି ଅନାବୃଷ୍ଟି ହେଲେ ଚାଷୀ ମୁଣ୍ଡରେ ଚଡକ ପଡେ । ଜନସଂଖ୍ୟାର ଚକ୍ରବୃଦ୍ଧି ସହ ମୃତ୍ତିକାର ଉର୍ବରତା ହ୍ରାସ, ଜଳଧାରଣ କ୍ଷମତା ହ୍ରାସ, କୃଷି ଭୂମିର ସଂକୋଚନ, ଖାଦ୍ୟାଭାବ ଓ ପ୍ରାକୃତିକ ଦୁର୍ବିପାକ ହେତୁ କୃଷିର ଅବନତି ଘଟିବା ଆରମ୍ଭ ହୁଏ । ତେଣୁ ବିଜ୍ଞାନର ଉପଯୋଗ ହିଁ ଏହାର ମୁଖ୍ୟ ସଂସ୍କାର ।

ସେତେବେଳର ସମୟ ଲୋକ ଚାଷକୁ ଆଗ୍ରହ ସହକାରେ ଗ୍ରହଣ କରୁଥିଲେ । ମନରେ ଅହେତୁକ ନିଶା ଥିଲା ଚାଷ ପାଇଁ । କିନ୍ତୁ ବଏବର ସମୟରେ ଆଉ କାଦୁଅ କ୍ଷେତରେ ଗୋଡ଼ ପଶେଇବାକୁ ବେହି ବି ଆଗ୍ରହ ପ୍ରକାଶ କରୁନାହାନ୍ତି । ବଡ଼ ବଡ଼ କଲେଜରୁ ଡ଼ିଗ୍ରୀ ହାସଲ ପରେ ଚାକିରୀ ପଛରେ ଗୋଡ଼ାଇ ଶେଷରେ କେଇଟା ପଇସାରେ କାମ କରିବା ବ୍ୟତୀତ ଆଉ କିଛି ଉପାୟ ନଥାଏ । କିନ୍ତୁ ଆମେ ଯଦି ଚାହିଁବା କୃଷି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ପାରିବା । ଜଣେ ଜୈବିକ ଉପାୟରେ ଚାଷ କରି ନିଜ ଆୟକୁ ଦ୍ୱିଗୁଣ କରିପାରିବ । ଜୈବିକ ଉପାୟରେ ଚାଷ କରି ଫସଲର ଗୁଣବତ୍ତା ଆଉ ମାଟିର ମାନ ବି ବଢ଼ାଇପାରିବ । ଅଳ୍ପ ଟଙ୍କା ଆଉ ସ୍ୱଳ୍ପ ସମୟ ଭିତରେ ଅଧିକ ଅମଳ କରିପାରିବା । କୃଷି କ୍ଷେତ୍ରରେ ବିଭି୍‌ନ ନୂତନ ପ୍ରଣାଳୀମାନକୁ ବ୍ୟବହାର କରି ଆମେ ନିଜ କର୍ମମୟ ଜୀବନରେ ବେଶ କିଛି ରୋଜଗାର କରିପାରିବା । ଏସବୁ ଭିତରେ ରୁଫଟପ ଗାଡେର଼୍ପିଂ , ପାକଶାଳା ବଗିଚା , ସମନ୍ୱିତ କୃଷି , ହାଇଡେ଼୍ରାପନିକ୍ସ ପ୍ରଭୃତି ଆମକୁ ସ୍ୱାବଲମ୍ବୀ ହେବାର ମାର୍ଗ ଦେଖାଇପାରିବ । ଏଠାରେ ମୁଁ ଏସବୁର ଉପଯୋଗିତା ବିଷୟରେ ସମ୍ୟକ ତଥ୍ୟ ଦେବାକୁ ଚାହୁଁଛି ।

nano urea

ପ୍ରଥମତଃ ରୁଫଟଫ ଗାଡେନ – ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । ଏବେ ସମସ୍ତେ ନିଜ ଘରେ ଛାତ ଉପରେ ବଗିଚା ସୃଷ୍ଟି କରିବାରେ ଲାଗିଗଲେଣି । ଏହା ମନକୁ ହାଲୁକା ରଖିବା ସହ ଘର ଛାତର ସୋ÷ନ୍ଦର୍ଯ୍ୟ ବି ବଢ଼ିପାରିବ । ହାଇଡେ଼୍ରାପନିକ୍ସ- ଏହା କୃଷି ଉପାôଦନର ଏକ ଉନ୍ନତ ପଦ୍ଧତି । ସାଧାରଣତଃ ଆମେ ମାଟିରେ ଗଛ ବଢୁଥିବା ଦେଖିଛେ କିନ୍ତୁ ହାଇଡ୍ରୋପୋନିକ୍ସ ସେ ସବୁରୁ ଟିକିଏ ଭିନ୍ନ । ବିନା ମୃତ୍ତିକା ସାହାଯ୍ୟରେ ଉଦ୍ଭିଦ ବଢାଇବା ପଦ୍ଧତିକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ସତ । ଏହି ପ୍ରଣାଳୀରେ କେବଳ ପାଣିରେ ସମସ୍ତ ବୃକ୍ଷ ବଢିପାରିବ । ମୋଟ ଉପରେ କହିବାକୁ ଗଲେ ମୃତ୍ତିକାର ବିନା ସାହାଯ୍ୟରେ ପାଣିରେ ସମସ୍ତ ଆବଶ୍ୟକୀୟ ପୋଷକ ପଦାର୍ଥ ମିଶାଇ ଯେ କୋ÷ଣସି ଗଛ ବଢାଇବାକୁ ହାଇଡ୍ରୋପୋନିକ୍ସ କୁହାଯାଏ । ଏହାର ମୁଖ୍ୟ ଉପକାରିତା ମଧ୍ୟରେ ହାଇଡ୍ରୋପୋନିକ୍ସ ଦ୍ୱାରା ବର୍ଷର ଯେ କୈାଣସି ସମୟରେ ମଧ୍ୟ ଫସଲ ଚାଷ ଏବଂ ଅମଳ କରାଯାଇ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରିବ ।ଏହି ଉପାୟରେ ୯୦ ପ୍ରତିଶତ ଜଳ ସଂରକ୍ଷଣ କରାଯାଇପାରିବ । ସ୍ୱଳ୍ପ ସ୍ଥାନ ଏବଂ ଖୁବ କମସମୟରେ ଅଧିକ ଫସଲ ଅମଳ କରାଯାଇପାରିବ । ଏହା ବ୍ୟତୀତ ସମନ୍ୱିତ ଚାଷ ହେଉଛି ଏକ ପ୍ରକାରର ମିଶ୍ରିତ ଚାଷ । ଏହି ପଦ୍ଧତିରେ ସମସ୍ତ ପ୍ରକାର ଚାଷର ମିଶ୍ରଣରେ ଏକ ସନ୍ତୁଳିତ ପରିବେଶ ସୃଷ୍ଟି କରାଯାଇ ପାରିବ । ସମନ୍ୱିତ ଚାଷର ମୌଳିକ ତଥ୍ୟ ହେଉଛି ଏକ ସିମିତ ଜାଗାରେ ସମସ୍ତ ପ୍ରକାର ଚାଷ କରାଯାଇ ପାରିବ ଯେଉଁଭଳି ଗୋଟିଏ ଚାଷର ଅତିରିକ୍ତ ଉପାଦାନ ଅନ୍ୟ ଏକ ଚାଷର ମୁଖ୍ୟ ଉତ୍ପାଦନ ଭାବରେ ବ୍ୟବହାର କରାଯାଇ ପାରିବ । ବିଭିନ୍ନ ପ୍ରକାର ଫସଲ ଉତ୍ପାଦନ ସହିତ ନିୟମିତ ଭାବରେ ରୋଜଗାର ପ୍ରଦାନ ଓ ଅର୍ଥ ଉପାର୍ଜନ କରିହେବ । ସମନ୍ୱିତ ଚାଷ ପଦ୍ଧତି ଦ୍ୱାରା ଜମିର ଉତ୍ପାଦତା ବଢ଼ିଥାଏ । ସୀମିତ ଜମିରୁ ଅଧିକ ଲାଭ ହୋଇଥାଏ । ଚାଷ ଚିରନ୍ତନ ହୋଇଥାଏ ଏବଂ ଋତୁକାଳୀନ ଚାଷର କ୍ଷତି ହ୍ରାସ ପାଇଥାଏ । ଚାଷି ପରିବାର କର୍ମନିଯୁକ୍ତି ହୋଇଥାଏ । କ୍ଷୁଦ୍ର ବା ମଧ୍ୟମ ଧରଣର ଚାଷୀଙ୍କ ରୋଜଗାର ବୃଦ୍ଧି ପାଇଥାଏ । ଅଳ୍ପବିନିଯୋଗରେ ପ୍ରତିବର୍ଷ ଲାଭ ବଢ଼ିଥାଏ । ଏହା ସହିତ ପରିବେଶ ସୁରକ୍ଷା ମଧ୍ୟ ହୋଇଥାଏ ।

ତେଣୁ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ କୃଷି ଓ କୃଷକର ବିକାଶ ପାଇଁ ଆଉ କିଛିଟା ପଦକ୍ଷେପ ନେଲେ କୃଷି ସଂସ୍କାର ହେବା ସହ ଓଡିଶା କୃଷି କ୍ଷେତ୍ରରେ ନୂତନ ପାରଦର୍ଶିତା ଦେଖାଇ ପାରିବ । ସମୟର ସାରାଂଶରେ ଆଜି କୃଷି ସଂସ୍କାର ଏକ ଆହ୍ୱାନ ହୋଇପଡିଛି । କୃଷିର ବିକାଶ, କୃଷକର ବିକାଶ ଆଉ ସଶକ୍ତ ଓଡିଶା ସଶକ୍ତ କୃଷକ ଏହାହିଁ ଆମର ମୂଳମନ୍ତ୍ର । କୃଷକର ବିକାଶ ପାଇଁ ସଦାସର୍ବଦା ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଆସିଛନ୍ତି । ନୂତନ ଉଦ୍ଭାବନ ପାଇଁ ମୁଖ୍ୟମନ୍ତ୍ରୀ କୃଷି ଯନ୍ତ୍ରପାତି ସମ୍ମାନ, କୃଷି ବୀମା ଯୋଜନା ସହିତ ବିଭିନ୍ନ ସରକାରୀ ଯୋଜନା କୃଷିର ବିକାଶ ଦିଗରେ ଉପସ୍ଥାପନା କରିଆସୁଛନ୍ତି । କହିବା ପ୍ରସଙ୍ଗ ଏହିକି ଯେ – କୃଷି କେବଳ ଯୋଜନା ଦ୍ୱାରା ଅତିବାହିତ ହୁଏନାହିଁ, ବରଂ ଏଥିପାଇଁ ଆବଶ୍ୟକ ବିଭିନ୍ନ ଦୃଷ୍ଟିଦାୟକ ଆବଶ୍ୟକତା ।

ଡ଼ି ଶୁଭମ୍‌

Leave A Reply

Your email address will not be published.

10 + twelve =