ନଭେମ୍ବରରୁ ମଣ୍ଡିରେ ଧାନ ସଂଗ୍ରହ

0

ଚଳିତ ବର୍ଷ ନଭେମ୍ବରରୁ ଧାନ ମଣ୍ଡିରେ ଆରମ୍ଭ ହେବ ଧାନ ସଂଗ୍ରହ । ତେବେ ଏହି ସମୟରେ ଧାନ ସଂଗ୍ରହ ବେଳେ କିପରି ସ୍ୱଚ୍ଛତାବ ବଜାୟ ରଖାଯିବ , ସେ ଦିଗରେ ସମବାୟ ବିଭାଗ ଧ୍ୟାନ ଦେଇଛି । ପ୍ରତ୍ୟେକଟି ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତବର୍ଷ ଖରିଫ ଋତୁରେ ମୋଟ ୬୦ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଇଛି । ରାଜ୍ୟରେ ମୋଟ ୩୪୫୭ ଧାନ ସଂଗ୍ରହ କେନ୍ଦ୍ରରେ ଧାନ ସଂଗ୍ରହ କରାଯିବ । ସେ ମଧ୍ୟରୁ ଗଂଜାମ ଜିଲ୍ଲାର ୩୬୫ କେନ୍ଦ୍ର କରାଯାଇଛି । ସାରା ରାଜ୍ୟରେ ୨୬୨୨ ପ୍ରାଥମିକ ସେବା ସମବାୟ ସମିତି ନିୟୋଜିତ ହୋଇଛି । ତେବେ ଏଥର ବିଭାଗ ସବୁକିଛିକୁ ଭଲଭାବରେ ତଦାରଖ କରିବ ବୋଲି ସମବାୟ ବିଭାଗ ତରଫରୁ କୁହାଯାଇଛି ।

Leave A Reply

Your email address will not be published.

ten − four =